ଅନୁଗୋଳ : ଆଜି ଭାରତ ବନ୍ଦ ପ୍ରଭାବ ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ନାଲକୋ, ଏମସିଏଲ ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ଏକ ପ୍ରକାର ବନ୍ଦ ରହିଥିଲା । ସେହିପରି ଜିଲ୍ଲାର ସମସ୍ତ ବ୍ୟାଙ୍କ, ଜୀବନ ବୀମା କାର୍ଯ୍ୟାଳୟ, ଡାକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଆଶଙ୍କା କରି କର୍ତ୍ତୃପକ୍ଷ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖିଥିଲେ ।
ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ, ଶିଳ୍ପସଂସ୍ଥା ସମ୍ମୁଖରେ ଆନ୍ଦୋଳନ - ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ
ଆଜି ଭାରତ ବନ୍ଦ ପ୍ରଭାବ ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ନାଲକୋ, ଏମସିଏଲ ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ଏକ ପ୍ରକାର ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ
ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ
ଜିଲ୍ଲାର ୧୦ଟି ଟ୍ରେଡ ୟୁନିଅନର କର୍ମକର୍ତ୍ତା ମିଳିତ ହୋଇ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ସେଠାରେ କେନ୍ଦ୍ର ସରକାର ଯେଉଁ ୪ଟି ନୂଆ ଶ୍ରମ ଆଇନ ପ୍ରଣୟନ କରିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା, ବିଭିନ୍ନ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକୁ ଘରୋଇକରଣ ବନ୍ଦ କରିବା ଆଦି ୧୨ଦଫା ଦାବି ଉପସ୍ଥାପନ କରାଯାଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ