ଅନୁଗୋଳ: ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦୁଇ ଦୁଇ ଥର ନିର୍ବାଚନ ହାରିଥିବା ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କୁ ଦଳ ଏଥର ପୁଣି ଟିକେଟ ଦେଇଛି ।
ତେବେ ପୂର୍ବରୁ ଜିଲ୍ଲାର ଅନ୍ୟ 4 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସାରିଥିବାବେଳେ ଆଠମଲ୍ଲିକ ପାଇଁ ନାମ ଘୋଷଣା ହୋଇ ନଥିଲା । ତାକୁ ନେଇ ନିର୍ବାଚନମଣ୍ଡଳୀରେ ଭାଗୀରଥୀଙ୍କୁ ଟିକେଟ ମିଳିବ କି ନାହିଁ, ସେ ନେଇ ଲାଗି ରହିଥିଲା ଚର୍ଚ୍ଚା ।