ଓଡିଶା

odisha

ETV Bharat / state

ବ୍ୟାଙ୍କ ମାଧ୍ୟମରେ ସାକାର ହେବ 5 ଟ୍ରିଲିୟନ ଡଲାର - ବ୍ୟାଙ୍କ ମାଧ୍ୟମରେ ସାକାର ହେବ 5 ଟ୍ରିଲିୟନ ଡଲାର

କେନ୍ଦ୍ର ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ଯୋଜନାକୁ ସାକାର କରିବା ପାଇଁ ଏବେ ତତ୍ପର ଭାରତୀୟ ଷ୍ଟେଟବ୍ୟାଙ୍କ । ଏଥିପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇ ବ୍ୟାଙ୍କର ପ୍ରଦର୍ଶନ ଓ ରାଷ୍ଟ୍ରୀୟ ପ୍ରାଥମିକତା କିପରି ସଂଯୋଗ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 21, 2019, 1:19 AM IST

ଅନୁଗୋଳ: କେନ୍ଦ୍ର ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ଯୋଜନାକୁ ସାକାର କରିବା ପାଇଁ ଏବେ ତତ୍ପର ଭାରତୀୟ ଷ୍ଟେଟବ୍ୟାଙ୍କ । ଏନେଇ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଥିବା ବ୍ୟାଙ୍କର ସବୁ ଶାଖାର ପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଆୟୋଜିତ ହୋଇଯାଇଛି କର୍ମଶାଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆୟୋଜିତ କର୍ମଶାଳାରେ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନ ପାଇଁ ବ୍ୟାଙ୍କ ଗୁଡିକ ଆଗେଇ ଆସିବା ଏବଂ ଏଥିପାଇଁ କେଉଁ ସବୁ ସମସ୍ୟା ରହିଛି ସେ ସମ୍ପର୍କରେ ତର୍ଜମା କରି ସରକାରଙ୍କୁ ରିପୋର୍ଟ ଦେବା ଉପରେ ଅଲୋଚନା କରାଯାଇଥିଲା । ବ୍ୟାଙ୍କର ପ୍ରଦର୍ଶନ ଓ ରାଷ୍ଟ୍ରୀୟ ପ୍ରାଥମିକତା କିପରି ସଂଯୋଗ ହୋଇପାରିବ ଏବଂ ଦେଶରେ ଆର୍ଥିକ ବିକାଶ ପାଇଁ ଋଣ ପ୍ରଦାନ, ମହିଳା ସଶକ୍ତିକରଣ, ଭିତ୍ତିଭୂମି ଶିଳ୍ପର ବିକାଶ କରି 5 ଟ୍ରିଲିୟନ ଡଲାର ଅର୍ଥନୀତିକୁ ସାକାର କରାଯାଇପାରିବ ସେଥିପାଇଁ ବିଭିନ୍ନ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ।

ସେହିଭଳି ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ କେନ୍ଦ୍ର ସରକାରଙ୍କ 5 ଟ୍ରିଲିୟନ ମିଶନକୁ ସଫଳ କରିବାକୁ ଲାଗିପଡିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details