ଓଡିଶା

odisha

ETV Bharat / state

କଦଳୀ ଚାଷୀ କରି ତଳିତଳାନ୍ତ ଚାଷୀ, ମାଲେମାଲ ବେପାରୀ

ଅନୁଗୋଳ ଜିଲ୍ଲାର ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, କିଶୋରନଗର ଓ ପାଲଲହଡା ବ୍ଲକରେ ବ୍ୟାପକ କଦଳୀ ଚାଷ ହେଉଛି । କିନ୍ତୁ ବିକ୍ରି ପାଇଁ ଉପଯୁକ୍ତ ବଜାର ନଥିବାରୁ କମ୍ ଦରରେ ବିକ୍ରି କରି କ୍ଷତି ସହୁଛନ୍ତି ଚାଷୀ (banana farmers facing economic crisis ) । ଅଧିକ ପଢନ୍ତୁ

କଦଳୀ ଚାଷୀଙ୍କ ପାଇଁ ନାହିଁ ବଜାର ସୁବିଧା,ହେଉଛି ଅଭାବୀ ବିକ୍ରି
କଦଳୀ ଚାଷୀଙ୍କ ପାଇଁ ନାହିଁ ବଜାର ସୁବିଧା,ହେଉଛି ଅଭାବୀ ବିକ୍ରି

By

Published : Sep 7, 2022, 8:42 PM IST

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ବଢୁଛି କଦଳୀ ଚାଷୀଙ୍କ ଦୁଃଖ । ପର୍ଯ୍ୟାପ୍ତ ଉତ୍ପାଦନ ହେଉଛି। ହେଲେ ବିକ୍ରି ପାଇଁ ଉପଯୁକ୍ତ ବଜାର ନାହିଁ। ବାଧ୍ୟ ହୋଇ ଚାଷୀମାନେ ନିଜେ ବିଭିନ୍ନ ହାଟ ବଜାରକୁ ନେଇ ବିକ୍ରି କରୁଛନ୍ତି । ଖୁବ କମ ଦରରେ ବିକ୍ରି କରୁଥିବାରୁ କ୍ଷତି ସହିବାକୁ ପଡୁଛି ( banana farmers facing economic crisis ) । ଉଦ୍ୟାନ ବିଭାଗ ଚାଷୀଙ୍କ ପାଇଁ ବଜାର ସୁବିଧା କରୁ ନଥିବାରୁ ସେମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

କଦଳୀ ଚାଷୀଙ୍କ ପାଇଁ ନାହିଁ ବଜାର ସୁବିଧା,ହେଉଛି ଅଭାବୀ ବିକ୍ରି

ଜିଲ୍ଲାର ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, କିଶୋରନଗର ଓ ପାଲଲହଡା ବ୍ଲକରେ ବ୍ୟାପକ କଦଳୀ ଚାଷ ହେଉଛି । ଜିଲ୍ଲାର ପୋକତୁଙ୍ଗା ଗାଁ କଦଳୀ ଚାଷ ପାଇଁ ପରିଚିତ । ଏଠାରେ ପ୍ରାୟ ୭ଶହ ଏକରରୁ ଅଧିକ ଜମିରେ ବିଭିନ୍ନ ପ୍ରଜାତିର କଦଳୀ ଚାଷ ହେଉଛି । ଗାଁର ପ୍ରାୟ ୫ଶହରୁ ଅଧିକ ଚାଷୀ କେବଳ ଏହି ଚାଷ ଉପରେ ନିର୍ଭର କରନ୍ତି । ଏଠାରେ ଚମ୍ପା, ପାଟକପୁରା, ଚିନି ଚମ୍ପା ଓ ବନ୍ତଲ ଆଦି କଦଳୀ ଚାଷ ହୁଏ। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର କଦଳୀ ଉତ୍ପାଦନ ହୁଏ କିନ୍ତୁ ବିକ୍ରି କରିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନାହିଁ। ଫଳରେ ବାହାର ବେପାରୀ ଆସି ଅତି କମ ଦରରେ ଚାଷୀଙ୍କ ଠାରୁ କଦଳୀ କିଣି ନେଇ ଚଢା ଦରରେ ବିକ୍ରି କରୁଛନ୍ତି। ତେଣୁ ଚାଷୀଙ୍କ ଅବସ୍ଥା ଯାହାକୁ ତାହା ରହୁଥିବା ବେଳେ ମାଲାମାଲ ହେଉଛନ୍ତି ବେପାରୀ । ଯେଉଁ ଚାଷୀ ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି ସେମାନେ ନିଜେ ଆଖପାଖ ହାଟ ବଜାରକୁ ନେଇ ବିକ୍ରି କରୁଛନ୍ତି । ଏଥିପାଇଁ ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି ।

ଉଦ୍ୟାନ ବିଭାଗ ତରଫରୁ କଦଳୀ ଚାଷୀଙ୍କ ନିର୍ଦିଷ୍ଟ ସ୍ଥାନରେ ଚାଷୀଙ୍କ ପାଇଁ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀ ମାନଙ୍କ ଠାରୁ ଉପଯୁକ୍ତ ଦରରେ କଦଳୀ କ୍ରୟ କରି ବେପାରୀଙ୍କୁ ବିକ୍ରି କଲେ ଚାଷୀ କ୍ଷତି ସହିବେ ନାହିଁ କି ବିକ୍ରି ପାଇଁ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । କିନ୍ତୁ ବର୍ତ୍ତମାନ ସୁଧା ସେଭଳି କିଛି ବ୍ୟବସ୍ଥା କରାଯାଇ ନାହିଁ ।

ତେବେ ଏନେଇ ଜିଲ୍ଲା ଉଦ୍ୟାନ ବିଭାଗ ଉପନିର୍ଦେଶକ କହିଛନ୍ତି, "ସରକାରଙ୍କ ଯୋଜନା ଅନୁସାରେ କଦଳୀ ଚାଷୀଙ୍କୁ ପ୍ରୋତ୍ସାହନ ଦିଆ ଯାଉଛି । ଏକ ହେକ୍ଟର ଜମିରେ କଦଳୀ ଚାଷ କଲେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବାର ବ୍ୟବସ୍ଥା ରହିଥିବା ସହ ଚଳିତ ବର୍ଷ ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହାଛଡା ଫାର୍ମରସ ପ୍ରଦ୍ୟୁସର ଗ୍ରୁପ କରାଯାଇ ଚାଷୀଙ୍କ ଠାରୁ ଉପଯୁକ୍ତ ଦାମରେ କଦଳୀ କ୍ରୟ କରିବାର ମଧ୍ୟ ଯୋଜନା ରହିଛି । ତେଣୁ ଆଗାମୀ ଦିନରେ ଆଉ ଚାଷୀଙ୍କ କୌଣସି ଅସୁବିଧା ରହିବ ନାହିଁ ।"

ଜିଲ୍ଲାରେ ଯେଉଁ ପରିମାଣର କଦଳୀ ଉତ୍ପାଦନ ହେଉଛି ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଇବା କଥା । କିନ୍ତୁ ସେମାନଙ୍କ ପାଇଁ ବିକ୍ରୀ କରିବା ପ୍ରମୁଖ ସମସ୍ୟା ହୋଇ ଥିବାରୁ କ୍ଷତି ସହିବାକୁ ପଡୁଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details