ଓଡିଶା

odisha

ETV Bharat / state

ବାଉଁଶ କାରିଗରଙ୍କ କୋରୋନା ବୋଝ, ପରିଶ୍ରମର ମିଳୁନି ପ୍ରାପ୍ୟ - ବାଉଁଶ କାରିଗରଙ୍କ ଦୁଃଖ

କୋରୋନା ସମୟରେ ଜଙ୍ଗଲ ଅଧ୍ୟୁଷିତ ବାଉଁଶ କାରିଗରଙ୍କ ଦୁଃଖ। ପରିଶ୍ରମ କରୁଛନ୍ତି, ହେଲେ ଉପଯୁକ୍ତ ପ୍ରାପ୍ୟ ମିଳୁନି। ଠିକାଦାର ଚଢା ଦରରେ ବିକ୍ରି କରି ମାଲାମାଲ ହେଉଥିବା ବେଳେ ଗରିବ ବନବାସୀ ମାନେ କ୍ଷତି ସହୁଛନ୍ତି। ଅନୁଗୋଳ ଜିଲ୍ଲାର ଜଙ୍ଗଲ ପାର୍ଶ୍ଵବର୍ତୀ ଓ ଜଙ୍ଗଲ ଅଧ୍ୟୁଷିତ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ...

ବାଉଁଶ କାରିଗରଙ୍କ ଉପରେ କୋରୋନା ମାଡ
ବାଉଁଶ କାରିଗରଙ୍କ ଉପରେ କୋରୋନା ମାଡ

By

Published : Jun 23, 2021, 8:18 PM IST

Updated : Jun 23, 2021, 8:23 PM IST

ଅନୁଗୋଳ: କୋରୋନା ସମୟରେ ଜଙ୍ଗଲ ଅଧ୍ୟୁଷିତ ବାଉଁଶ କାରୀଗରଙ୍କ ଦୁଃଖ। ପରିଶ୍ରମ କରୁଛନ୍ତି, ହେଲେ ଉପଯୁକ୍ତ ପ୍ରାପ୍ୟ ମିଳୁନି। ସେମାନଙ୍କ ଦ୍ବାରା ନିର୍ମିତ ଜିନିଷ ପ୍ରଶାସନ ସିଧାସଳଖ କିଣିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହେଉନାହିଁ। ଫଳରେ ଖୁବ କମ ଦାମରେ ଠିକାଦାରଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଠିକାଦାର ଚଢା ଦରରେ ବିକ୍ରି କରି ମାଲାମାଲ ହେଉଥିବା ବେଳେ ଗରିବ ବନବାସୀ ମାନେ କ୍ଷତି ସହୁଛନ୍ତି।

ବାଉଁଶ କାରିଗରଙ୍କ ଉପରେ କୋରୋନା ମାଡ

ଅନୁଗୋଳ ଜିଲ୍ଲାର ଜଙ୍ଗଲ ପାର୍ଶ୍ଵବର୍ତୀ ଓ ଜଙ୍ଗଲ ଅଧ୍ୟୁଷିତ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବିଶେଷ କରି ଜଙ୍ଗଲ ପାଖ ଗାଁ ଲୋକେ ବର୍ଷା ଦିନେ ହେଉଥିବା ରାସ୍ତାପାର୍ଶ୍ଵ ବନୀକରଣ ପାଇଁ ଆବଶ୍ୟକ ହେଉଥିବା ଗୋରଡା ସବୁ ପ୍ରସ୍ତୁତ କରି ଯୋଗାଇଥାନ୍ତି । ଯେଉଁ ଗୁରୁଡ଼ା ପ୍ରସ୍ତୁତ କରିବାକୁ ଗାଁ ଲୋକଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ।

ସବୁଠାରୁ ବଡ଼ କଥା ହେଉଛି ବାଉଁଶର ଅଭାବ। କାରଣ କେବଳ ଶାଳିଆ ବାଉଁଶରେ ହିଁ ଏହା ତିଆରି ହୁଏ। ଜଙ୍ଗଲ ବିଭାଗର କଟକଣା ଯୋଗୁ ସେମାନେ କେବଳ ନିଜେ ଜଗିଥିବା ଗ୍ରାମ୍ୟ ଜଙ୍ଗଲରୁ ବାଉଁଶ ଆଣିଥାନ୍ତି । କୌଣସି କାମ ନଥିବାରୁ ବାଧ୍ୟ ହୋଇ ଜୀବନ ଜୀବିକା ପାଇଁ ଏହି କାମ କରୁଛନ୍ତି। କିନ୍ତୁ ତାଙ୍କୁ ମିଳୁନାହିଁ ଉଚିତ ପ୍ରାପ୍ୟ ।

କିନ୍ତୁ ବୃକ୍ଷରୋପଣ କରୁଥିବା ଠିକା ସଂସ୍ଥା ସେମାନଙ୍କ ଠାରୁ ୫୦ ରୁ ୬୦ ଟଙ୍କାରେ ଗୋରଡା କିଣୁଥିବା ବେଳେ ଗୋଟି ପ୍ରତି ୧୦୦ ରୁ ୧୨୦ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁ ଗରିବ ବାଉଁଶ କାରିଗର ଟିଏ କ୍ଷତି ସହୁଥିବା ବେଳେ ଠିକାଦାର ମାଲାମାଲ ହେଉଥିବା ଅଭିଯୋଗ ହୋଇଛି ।

ଅନୁଗୋଳ ଜିଲ୍ଲାରେ ପ୍ରାୟ ୩୦୦ରୁ ଅଧିକ ଜଙ୍ଗଲ ପାଖ ଗାଁର ଲୋକେ ଏହି ଗୋରଡା ପ୍ରସ୍ତୁତ କରନ୍ତି । ପ୍ରତି ବର୍ଷ ବର୍ଷା ଦିନେ ଲକ୍ଷାଧିକ ଗୁରୁଡ଼ା ଆବଶ୍ୟକ ପଡେ। ଏହି ଆବଶ୍ୟକତାକୁ କେବଳ ଜଙ୍ଗଲ ଅଧ୍ୟୁଷିତ ଗାଁର ଲୋକେ ହିଁ ପୂରଣ କରିଥାଆନ୍ତି। ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଭିତରେ ପେଷି ହୋଇ ଯାଇଛନ୍ତି ଗୋରଡା ତିଆରି କରି ପେଟ ପୋଷୁଥିବା ଲୋକେ। ଗୋରଡା ତିଆରି ପାଇଁ ଯେତିକି ପରିଶ୍ରମ ଓ ଖର୍ଚ୍ଚ କରୁଛନ୍ତି ସେତିକି ରୋଜଗାର ହୋଇ ପାରୁନାହିଁ । ସେପଟେ ଲାଭବାନ ହେଉଛନ୍ତି ଠିକାଦାର ।

ଯଦିଓ ସରକାର ବିଭିନ୍ନ ମହିଳା ଗୋଷ୍ଠୀ ମାନଙ୍କୁ ଗୁରୁଡ଼ା ବିକ୍ରି ପାଇଁ ପଞ୍ଜୀକରଣ କରାଇଛନ୍ତି କିନ୍ତୁ ଏଥିପ୍ରତି କାହାରି ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ବାଉଁଶରେ ଗୁରୁଡ଼ା ତିଆରି କରି ହଜାର ହଜାର ଜଙ୍ଗଲ ଅଧିବାସୀ ଜୀବିକା ନିର୍ବାହ କରନ୍ତି। ତେଣୁ ବନ ବିଭାଗ ତରଫରୁ ବ୍ୟାପକ ଶାଳିଆ ବାଉଁଶ ରୋପଣ କରି ସେମାନଙ୍କୁ ଯୋଗାଇ ଦେଲେ ସେମାନଙ୍କ ଜୀବିକାରେ ଉନ୍ନତି ଆସି ପାରନ୍ତା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 23, 2021, 8:23 PM IST

ABOUT THE AUTHOR

...view details