ଅନୁଗୋଳ:ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ବିପଦ ଜନକ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ । ଯେ କୌଣସି ସମୟରେ ଶ୍ରେଣୀ ଗୃହର କାନ୍ଥ ଭୁଶୁଡି ପଡିବା ଏବଂ ଛାତ ଖସି ପଡିବାର ଭୟ ରହିଛି । ତଥାପି ସେଭଳି ପରିସ୍ଥିତିରେ ଚାଲିଛି ପାଠପଢା । ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲ ଛାଡିବା ପରେ ଆଶଙ୍କାରେ ରହୁଛନ୍ତି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଏ ସ୍ଥିତି ଗୋଟିଏ କି ଦୁଇଟି ଶ୍ରେଣୀରେ ନୁହେଁ । ବରଂ ବିଦ୍ୟାଳୟର 7 ଟି ଯାକ ଶ୍ରେଣୀ ଗୃହରେ ଏଭଳି ସ୍ଥିତି । ଏହି ସ୍କୁଲଟି ପ୍ରାୟ ୧୯୬୦ ବେଳକୁ ନିର୍ମାଣ ହୋଇଥିଲ। ତେଣୁ ଏବେବି ସେ ଦିନର ପୁରୁଣା ଢାଞ୍ଚାରେ ତିଆରି ହୋଇଥିବା କାନ୍ଥ, ଆଜବେଷ୍ଟ ଛପର ଓ କାଠର ଝରକା କବାଟ ଆଦି ରହିଛି। ୭ଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ସମ୍ପୂର୍ଣ୍ଣ ଵ୍ୟଵହାର ଅନୁପଯୋଗୀ ହୋଇଥିବା ବେଳେ ୫ଟି ଶ୍ରେଣୀ ଗୃହରେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ।