ଅନୁଗୋଳ: ଢେଙ୍କାନାଳ ଓ ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ । ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଛଅ ଦିନିଆ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ୍ ଓ ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରାଯାଉଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛି ଆମେ ଓଡିଆ ସଂଗଠନ ।
‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ରେ ଘରୋଇ ଫୁଟବଲ ଟିମ ସହ ୮ଟି ରାଜ୍ୟରୁ ୮ଟି ଦଳ ଭାଗ ନେବେ । ଓଡ଼ିଶା ଟିମ ସମେତ ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବେ ।