ଓଡିଶା

odisha

ETV Bharat / state

ଅନୁଗୋଳରେ ଅସୁରକ୍ଷିତ ଗଜରାଜ, ମିଳିଲା ହାତୀ ଛୁଆର ମୃତଦେହ - ଅନୁଗୋଳରେ ହାତୀ ଛୁଆର ମୃତ୍ୟୁ

ଅସୁରକ୍ଷିତ ଗଜରାଜ । ବିଭିନ୍ନ କାରଣରୁ ଯାଉଛି ସେମାନଙ୍କ ଜୀବନ । ଅନୁଗୋଳ ଜିଲ୍ଲାର ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ମିଳିଛି ଏକ ହାତୀ ଛୁଆର ମୃତଦେହ । ଅଧିକ ପଢନ୍ତୁ

ଅସୁରକ୍ଷିତ ଗଜରାଜ, ମିଳିଲା ହାତୀ ଛୁଆର ମୃତଦେହ
ଅସୁରକ୍ଷିତ ଗଜରାଜ, ମିଳିଲା ହାତୀ ଛୁଆର ମୃତଦେହ

By

Published : Jan 5, 2022, 12:39 PM IST

ଅନୁଗୋଳ: ଅସୁରକ୍ଷିତ ଗଜରାଜ । ବିଭିନ୍ନ କାରଣରୁ ଯାଉଛି ସେମାନଙ୍କ ଜୀବନ । ଅନୁଗୋଳ ଜିଲ୍ଲାର ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ମିଳିଛି ଏକ ହାତୀ ଛୁଆର ମୃତଦେହ । ମୃତ ହାତୀ ଛୁଆଟିର ବୟସ ତିନିରୁ ଚାରିମାସ ହେବ ବୋଲି ଜଣାପଡିଛି । ତେବେ କେମିତି ଓ କିପରି ଏହି ହାତୀ ଛୁଆର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଥିବାବେଳେ ତାଳଚେର ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଅସୁରକ୍ଷିତ ଗଜରାଜ, ମିଳିଲା ହାତୀ ଛୁଆର ମୃତଦେହ

ପ୍ରଥମେ ଗାଁ ଲୋକେ ହାତୀ ଛୁଆର ମୃତଦେହ ମରିପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏପଟେ ହାତୀ ଛୁଆଟିର ମୃତ୍ୟୁ କିଭଳି ହେଲା ତାହା ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛିଦିନ ତଳେ ଏହି ଅଞ୍ଚଳରେ ହାତୀପଲଙ୍କ ସହ ଏହି ଛୁଆହାତୀଟି ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details