ଅନୁଗୋଳ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବବିତା ପ୍ରଧାନ ହୋଇଛନ୍ତି ଅନୁଗୋଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା । ଅନୁଗୋଳରେ ବିଜେଡି ମୋଟ ୨୮ଟି ଜିଲ୍ଲା ପରିଷଦ ଆସନରୁ 27ଟିରେ ବିଜୟୀ ହୋଇଥିବା ବେଳେ କିଏ ହେବ ପରିଷଦର ଅଧ୍ୟକ୍ଷ ତା’କୁ ନେଇ ବିଜେଡି ଶିବିରରେ ନାନା ଆଲୋଚନା ହୋଇଥିଲା ।
କଳ୍ପନାର ଘଟିଲା ଅନ୍ତ, ବବିତା ପ୍ରଧାନ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯେଉଁଥିରେ ଆଜି(ରବିବାର) ପୂର୍ଣ୍ଣଚ୍ଛେଦ ପଡିଛି । ବବିତା ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷା ଥିଲେ । ଚଳିତ ଥର ବବିତା ପ୍ରଧାନ କିଶୋରନଗର ବ୍ଲକ ୧୧ ନମ୍ବର ଜୋନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଲଢି ୪୨୧ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ବିଜୟୀ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ବବିତା ପ୍ରଧାନଙ୍କ ନାମ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ ଏକ ବନ୍ଦ ଲଫାପାରେ ଦେଇଥିଲେ । ବିଧିବଦ୍ଧ ଭାବେ ବନ୍ଦ ଲଫାପା ଭାବେ ଖୋଲିବା ପରେ ବବିତା ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଆଉ ୨୮-୧ ସଂଖ୍ୟା ଗରିଷ୍ଠତା ଥିବା ହେତୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ଚୟନ ହୋଇଛନ୍ତି । ବବିତାଙ୍କ ବିଜୟୀ ହେବା ପରେ ତାଙ୍କୁ ଜିଲ୍ଲାର ବିଧାୟକ ମାନେ ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ