ଓଡିଶା

odisha

ETV Bharat / state

ବନ ବିଭାଗର ଚିନ୍ତା ବଢାଉଛି କୋରୋନା - Satkosia Tiger Reserve

ବାଘ ଦେହରେ କୋରୋନା ଭୂତାଣୁ, ଏଭଳି ଖବର ଏବେ ଚିନ୍ତା ବଢାଇଛି ବନବିଭାଗର । ଏହାର ମୁକାବିଲା ପାଇଁ NTCA ଜାରି କରିଛି ସ୍ଵତନ୍ତ୍ର ନିର୍ଦ୍ଦେଶନାମା । ବ୍ୟାଘ୍ର ପ୍ରକଳ୍ପ ଓ ଜଙ୍ଗଲ ଅଧ୍ୟୁଷିତ ଲୋକଙ୍କ ମଧ୍ୟରେ କିଭଳି ଦୂରତା ବୃଦ୍ଧି ହେବ ସେନେଇ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆରମ୍ଭ ହୋଇଛି ବ୍ୟାପକ ସଚେତନା । ଅଧିକ ପଢନ୍ତୁ...

Satkosia Tiger Reserve
ବନ ବିଭାଗର ଚିନ୍ତା ବଢାଉଛି କୋରୋନା

By

Published : Apr 10, 2020, 3:16 PM IST

Updated : Apr 10, 2020, 5:48 PM IST

ଅନୁଗୋଳ: ବାଘ ଦେହରେ କୋରୋନା ଭୂତାଣୁ, ଏଭଳି ଖବର ଏବେ ଚିନ୍ତା ବଢାଇଛି ବନବିଭାଗର । ଏହାର ମୁକାବିଲା ପାଇଁ NTCA ଜାରି କରିଛି ସ୍ଵତନ୍ତ୍ର ନିର୍ଦ୍ଦେଶନାମା । ବ୍ୟାଘ୍ର ପ୍ରକଳ୍ପ ଓ ଜଙ୍ଗଲ ଅଧ୍ୟୁଷିତ ଲୋକଙ୍କ ମଧ୍ୟରେ କିଭଳି ଦୂରତା ବୃଦ୍ଧି ହେବ ସେନେଇ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆରମ୍ଭ ହୋଇଛି ବ୍ୟାପକ ସଚେତନା ।

ବନ ବିଭାଗର ଚିନ୍ତା ବଢାଉଛି କୋରୋନା

କୋରୋନା କବଳରେ କବଳିତ ହେବାରେ ଲାଗିଛି ବିଶ୍ଵର ଗୋଟିଏ ପରେ ଗୋଟିଏ ରାଷ୍ଟ୍ର । ମଣିଷଙ୍କ ପରେ ଏବେ ବାଘ ଦେହରେ ଦେଖାଦେଇଛି ଏହି ଭୂତାଣୁ । ଆମେରିକାରେ ଏକ ଚିଡିଆଖାନାରେ ବାଘ କୋରୋନା ଭୂତଣୁରେ ସଂକ୍ରମିତ ଥିବା ଜାଣିବା ପରେ ଏବେ ବନ୍ୟଜନ୍ତୁ କିଭଳି ଏହା କବଳରୁ ରକ୍ଷା ପାରିବେ ତାହା ଚିନ୍ତାର ବିଷୟ ହୋଇଛି । ଏଥିପାଇଁ NTCA ଦେଶର ସବୁ ବ୍ୟାଘ୍ର ପ୍ରକଳ୍ପ ଗୁଡିକରେ କିଭଳି ବାଘ ଓ ଅନ୍ୟ ବନ୍ୟଜନ୍ତୁ ସୁରକ୍ଷିତ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।

ସଂକ୍ରମଣକୁ ନେଇ ପରିବେଶ ବିତ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଯେଉଁଠି ମଣିଷକୁ ସଠିକ ଚିକିତ୍ସା କରିବାର ସାଧନ ନାହିଁ ସେଠାରେ ବନ୍ୟଜନ୍ତୁ ପ୍ରଭାବିତ ହେଲେ ଏହା ସମସ୍ତଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସେପଟେ NTCA ର ନିର୍ଦ୍ଦେଶ ପରେ ସାତକୋଶିଆରେ କିଭଳି ମଣିଷ ଓ ବନ୍ୟଜନ୍ତୁ ମଧ୍ୟରେ ଦୂରତ୍ବ ରହିବ ସେନେଇ ପ୍ରକଳ୍ପ ସଂଲଗ୍ନ ଗାଁଗୁଡିକରେ ଆରମ୍ଭ ହୋଇଛି ସଚେତନତା । ପ୍ରକଳ୍ପ ଭିତରେ ଓ ପାରିପାର୍ଶ୍ବରେ ଥିବା ଜଳାଶୟ ଗୁଡିକରେ ମଣିଷ ପାଇଁ କଟକଣା, ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନ ଛାଡିବା, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ନକରିବା ଓ ଜଙ୍ଗଲରେ ଖୋଲା ଶୌଚ ନକରିବାକୁ ମଧ୍ୟ କଟକଣା କରିଛି ବନ ବିଭାଗ ।

ଏନେଇ ସାତକୋଶିଆରେ ସ୍ଵତନ୍ତ୍ର ଟ୍ୟାକ୍ସ ଫୋର୍ସ କାର୍ଯ୍ୟ କରିବ ଓ ଲୋକଙ୍କୁ ସଚେତନ କରାଯିବ ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦେଶକ । ସାତକୋଶିଆରେ କିଭଳି ବାଘ ସହ ଅନ୍ୟ ଜନ୍ତୁ ସୁରକ୍ଷିତ ରହିବେ ସେଥିପାଇଁ ଏନଟିସିଏ ଓ ଚିଫ ୱାଇଲଡ ଲାଇଫ ୱାର୍ଡନଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯାଉଥିବା ମଧ୍ୟ ସାତକୋଶିଆ ଫିଲଡ ଡାଇରେକ୍ଟର ସୂଚନା ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 10, 2020, 5:48 PM IST

ABOUT THE AUTHOR

...view details