ଅନୁଗୋଳ: ଟ୍ରେନରେ କଟି ଖୁଡିଙ୍କ ସମେତ ପୁତୁରାର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁରେ । ସୂଚନାନୁସାରେ ଉଭୟ ଖୁଡି ଓ ପୁତୁରା ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ସମୟରେ ଘଟିଛି ଏହି ଅଘଟଣ ।
ଟ୍ରେନ ଧକ୍କାରେ ଖୁଡି ପୁତୁରାଙ୍କ ମୃତ୍ୟୁ - ରେଳ ଲାଇନରେ କଟି ୨ ମୃତ
ରେଳ ଲାଇନରେ କଟି ୨ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହଣ୍ଡପା ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ପଢନ୍ତୁ...
ଟ୍ରେନ ଧକ୍କାରେ ଖୁଡି ପୁତୁରାଙ୍କ ମୃତ୍ୟୁ
ଟ୍ରେନ ଧକ୍କାରେ ଖୁଡି ପୁତୁରାଙ୍କ ମୃତ୍ୟୁ
ତେବେ ଜାମ୍ବୁନାଳୀ ନିକଟରେ ରେଳ ଧାରଣା ପାର ହେଉଥିବା ସମୟରେ ଅଚାନକ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ ହଠାତ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ସେପଟେ ଏହି ଖବର ପାଇ ହଣ୍ଡପା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ