ଅନୁଗୋଳ: ଜିଲ୍ଲା ପୋଲିସକୁ ଏଟିଏମ ଲୁଟେରାଙ୍କ ଖୋଲା ଚାଲେଞ୍ଜ । ଶନିବାର ଓ ରବିବାର ଦୁଇ ଦିନରେ ଦୁଇଟି ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ହେଲେ ଏଯାବତ୍ ଲୁଟେରାଙ୍କ ଟେର୍ ପାଉନି ପୋଲିସ ।
ଶନିବାର ରାତିରେ ଜାତୀୟ ରାଜପଥ ପାର୍ଶ୍ବରେ ଥିବା କରଡ଼ା ଗାଡ଼ିଆ ନିକଟରେ ଏସବିଆଇ ଏଟିଏମ ଭାଙ୍ଗି ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲେ ଲୁଟେରା । ସେହିପରି ରବିବାର ରାତିରେ ଅମଳାପଡା ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି । ତେବେ ଏହି 2ଟି ଏଟିଏମ ଜନଗହଳି ସ୍ଥାନରେ ରହିଥିଲେ ମଧ୍ୟ ଲୁଟେରା ନିର୍ଭୟରେ ଏଭଳି କାଣ୍ଡ କରିଛନ୍ତି । ଯାହାକୁ ନେଇ ସାଧାରଣ ଲୋକେ ନିଜ ଧନ ଜୀବନ ସୁରକ୍ଷିତ ମଣୁ ନାହାନ୍ତି । ଆଉ ଲୁଟେରାଙ୍କ ଉତ୍ପାତ ଆଗରେ ନିଷ୍କ୍ରିୟ ହୋଇପଡିଛି ପୋଲିସ ।