ଓଡିଶା

odisha

ETV Bharat / state

ରାସ୍ତା ସମସ୍ୟା ବୁଝିବାକୁ ୪ କିମି ଚାଲିଲେ ଆଠମଲ୍ଲିକ ବିଧାୟକ - ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

ଆଠମଲ୍ଲିକ ଓ କିଶୋରନଗର ବ୍ଲକକୁ ସଂଯୋଗ କରୁଥିବା ଭୋଗରା ଠାରୁ ଫୁଲଝରି ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ସମସ୍ୟା ବୁଝିବାକୁ ୫କିମି ବାଟ ଚାଲିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଅଧିକ ପଢ଼ନ୍ତୁ

ଲୋକଙ୍କ ସମସ୍ୟା ବୁଝିବାକୁ ୪ କିମି ଦୁର୍ଗମ ରାସ୍ତାରେ ଚାଲିଲେ ବିଧାୟକ
ଲୋକଙ୍କ ସମସ୍ୟା ବୁଝିବାକୁ ୪ କିମି ଦୁର୍ଗମ ରାସ୍ତାରେ ଚାଲିଲେ ବିଧାୟକ

By

Published : Apr 25, 2022, 10:29 PM IST

ଅନୁଗୋଳ: ପ୍ରବଳ ଖରାକୁ ଖାତିରି କଲେନି ବିଧାୟକ । ଲୋକଙ୍କ ଗୁହାରୀ ଶୁଣିବାକୁ ପ୍ରାୟ ୪ କିଲୋମିଟର ବାଟ ଚାଲି ଯାଇ ପହଞ୍ଚିଥିଲେ ଠିକଣା ଜାଗାରେ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଆଠମଲ୍ଲିକ ଓ କିଶୋରନଗର ବ୍ଲକକୁ ସଂଯୋଗ କରୁଥିବା ଭୋଗରା ଠାରୁ ଫୁଲଝରି ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ଆଦୌ ନାହିଁ । ଦୁର୍ଗମ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ ।

ଲୋକଙ୍କ ସମସ୍ୟା ବୁଝିବାକୁ ୪ କିମି ଦୁର୍ଗମ ରାସ୍ତାରେ ଚାଲିଲେ ବିଧାୟକ

ଲୋକଙ୍କ କଷ୍ଟ ନିଜେ ବୁଝିବାକୁ ଆଠମଲ୍ଲିକ ବିଧାୟକ ରମେଶ ସାଏ ନିଜେ ସେହି ରାସ୍ତାରେ ଚାଲିଚାଲି ଯାଇଥିଲେ । ଏହି ରାସ୍ତା ତିଆରି କରିବାକୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗକଲେ ସୁଦ୍ଧା କିଛି ଲାଭ ହେଉନାହିଁ । ଶେଷରେ ବିଧାୟକ ସେହି ରାସ୍ତାରେ ଚାଲିଚାଲି ଯାଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ସହ ମିଶି ରାସ୍ତା ନିର୍ମାଣ ପାଇଁ ଆଲୋଚନା କରିଥିଲେ ।

ପରବର୍ତ୍ତୀ ସମୟରେ ଫୁଲଝରି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବୈଠକରେ ଗାଁର ବିଭିନ୍ନ ସମସ୍ୟା ସହ ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ଲୋକଙ୍କ ଆଲୋଚନା କରିଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି ଗ୍ରାମବାସୀ । ବିଧାୟକ ଗାଁକୁ ଆସିବା ପରେ ଏଠାରେ ରାସ୍ତା ନିର୍ମାଣ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଗ୍ରାମବାସୀ ।

ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details