ଅନୁଗୋଳ: ବିଧାୟକଙ୍କ ଦେହରେ କାଳିଶି । ଏଭଳି ଏକ ଅସ୍ବାଭାବିକ ଘଟଣା ଗତକାଲି(ରବିବାର) ନଜରକୁ ଆସିବା ପରେ ସୋମବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ପୂଜା ସମୟରେ ସେ କରିଥିବା ଭାବଭଙ୍ଗୀ ସବୁ ତାଙ୍କ ସମାଜର ପରମ୍ପରା ବୋଲି କହିବା ସହ କାଳିଶି ବୋଲି ଲୋକେ ଯେଉଁ ଚର୍ଚ୍ଚା କରୁଛନ୍ତି ତାକୁ ସେ ଖଣ୍ଡନ କରିଛନ୍ତି ।
ରବିବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଗାଁ ପୂଜାରେ ଖଣ୍ଡା ଧରି ଥରିବା ଅସ୍ବାଭାବିକ ଭଙ୍ଗି କରିଥିଲେ । ଯାହାକୁ ନେଇ ଭିଭିନ୍ନ ମହଲରେ ତାଙ୍କୁ ସମାଲୋଚନା ହେବାକୁ ପଡିଥିଲା ।