ଓଡିଶା

odisha

ETV Bharat / state

ଚାଲିଚାଲି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଆଠମଲ୍ଲିକ ବିଧାୟକ, ଶୁଣିଲେ ଲୋକଙ୍କ ଦୁଃଖ

ଅନୁଗୋଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବେତର ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଅଧିକ ପଢନ୍ତୁ...

By

Published : Oct 28, 2021, 1:44 PM IST

Updated : Oct 28, 2021, 3:55 PM IST

ଅପହଞ୍ଚ ଇଲାକାରେ ପହଁଞ୍ଚିଲେ ଆଠମଲ୍ଲୀକ ବିଧାୟକ , ଶୁଣିଲେ ଲୋକଙ୍କ ଦୁଃଖ
ଅପହଞ୍ଚ ଇଲାକାରେ ପହଁଞ୍ଚିଲେ ଆଠମଲ୍ଲୀକ ବିଧାୟକ , ଶୁଣିଲେ ଲୋକଙ୍କ ଦୁଃଖ

ଅନୁଗୋଳ :ବିଧାୟକ ହେବତ ଏମିତି, ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାର ଅପହଞ୍ଚ ଗାଁରେ ଚାଲିଚାଲି ପହଞ୍ଚିଲେ ବିଧାୟକ । ଦୀର୍ଘ ୭ କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କରିବା ପରେ ଦୁର୍ଗମ ଅଞ୍ଚଳ ବେତର ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗ୍ରାମରେ ପ୍ରାୟ ୫୦ଟି ପରିବାରର ୨୦୦ରୁ ଅଧିକ ଲୋକ ବସବାସ କରନ୍ତି । ହେଲେ ଦୀର୍ଘ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ଏହି ୫୦ଟି ପରିବାର ।

ଚାଲିଚାଲି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଆଠମଲ୍ଲିକ ବିଧାୟକ, ଶୁଣିଲେ ଲୋକଙ୍କ ଦୁଃଖ

ଗାଁକୁ ଯାତାୟତ ପାଇଁ ରାସ୍ତା ନଥିବାବେଳେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଫଳରେ ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା, କଣ୍ଟ୍ରୋଲ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଯାତାୟତ କରିପାରୁନାହାନ୍ତି ଗ୍ରାମବାସୀ । ଏହି ସବୁ ମୌଳିକ ସମସ୍ୟାର ସମାଧାନ ପାଇଁ ବେତର ଗାଁରେ ପହଞ୍ଚିବା ପରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ।

ଗତ ୨୦୦୨ରେ ବର୍ତ୍ତମାନର ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ଏହି ଗାଁକୁ ଆସିଥିବା ବେଳେ ଦୀର୍ଘ ୧୯ ବର୍ଷ ହେଲା କୌଣସି ବି ନେତାଙ୍କ ପାଦ ପଡିନଥିଲା ଏହି ଗ୍ରାମରେ । ତେବେ ଦୀର୍ଘ ବର୍ଷ ପରେ ବିଧାୟକଙ୍କ ପାଦ ପଡିଥିବାରୁ ଲୋକେ ନାମ ସଂକୀର୍ତ୍ତନ କରି ବିଧାୟକଙ୍କୁ ସ୍ବାଗତ କରିବା ସହ ସମସ୍ୟା ନେଇ ଆଲୋଚନା କରିଥିଲେ । ତେବେ ସମସ୍ୟା ଶୁଣିବା ପରେ ବିଧାୟକ ନିଜ ପାଣ୍ଠିରୁ କିଛି ଆର୍ଥିକ ଅନୁଦାନ ଦେଇ ରାସ୍ତା ନିର୍ମାଣ କରିବାର ପ୍ରତିଶୃତି ଦେଇଥିଲେ। ଏଥି ସହ ଲୋକଙ୍କ ଅନ୍ୟାନ୍ୟ ଅସୁବିଧା ଗୁଡିକର ତୁରନ୍ତ ସମାଧାନ କରିବାକୁ କହିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 28, 2021, 3:55 PM IST

ABOUT THE AUTHOR

...view details