ଓଡିଶା

odisha

ETV Bharat / state

ପଦଯାତ୍ରା ପଲିଟିକ୍ସ, ନଳିନୀଙ୍କ ପଦଯାତ୍ରାରେ ନାହାନ୍ତି ବିଧାୟକ

ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ପୃଥକ ପୃଥକ ଭାବେ ଚାଲିଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 13, 2023, 5:46 PM IST

Updated : Oct 13, 2023, 9:41 PM IST

ପଦଯାତ୍ରା ପଲିଟିକ୍ସ, ନଳିନୀଙ୍କ ପଦଯାତ୍ରାରେ ନାହାନ୍ତି ବିଧାୟକ
ଆଠମଲ୍ଲିକରେ ପଦଯାତ୍ରା ରାଜନୀତି , ନଳିନୀଙ୍କ ପଦ ଯାତ୍ରାରେ ସାମିଲ ହେଲେନି ବିଧାୟକ

ପଦଯାତ୍ରା ପଲିଟିକ୍ସ, ନଳିନୀଙ୍କ ପଦଯାତ୍ରାରେ ନାହାନ୍ତି ବିଧାୟକ

ଅନୁଗୋଳ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ପ୍ରମୁଖ ଦଳ ଗୁଡିକ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଶାସକ ଦଳ ମଧ୍ୟ ଗତ ୨ ତାରିଖରୁ ଜନସମ୍ପର୍କ ପଦଯାତ୍ରାରେ ଆରମ୍ଭ କରିଛି । ଜିଲ୍ଲାର ଅନୁକୋଣରେ ପହଞ୍ଚୁଛନ୍ତି ବିଜେଡି ନେତା କର୍ମୀ । ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ବିଧାୟକଙ୍କ ଗୋଷ୍ଠୀ ନିଜର ଦବଦବା ଜାହିର କରୁଥିବାବେଳେ ଅନ୍ୟପଟେ ବିଜେଡି ନେତା ନଳିନୀ ପ୍ରଧାନଙ୍କ ନେତୃତ୍ୱରେ ସମାନ୍ତରଳ ଭାବେ ପଦଯାତ୍ରା କରୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା ବଢିଛି ।

ସୂଚନାଯୋଗ୍ୟ, ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେଡି ଦଳୀୟ କନ୍ଦଳ ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଚାଲିଥିବାବେଳେ ଅନ୍ୟପଟେ ପ୍ରଶାସକରୁ ବିଜେଡିରେ ମିଶିଥିବା ତଥା ଗତ ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିଜେଡ଼ିର ପାର୍ଥୀ ହୋଇଥିବା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ପଦଯାତ୍ରା କରୁଛନ୍ତି । ଏଥିରେ ଦଳର ବହୁ ନେତା ଯୋଗ ଦେଇଥିବା ବେଳେ ବିଧାୟକଙ୍କ ଅନୁପସ୍ଥିତି ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । କେବଳ ସେତିକି ନୁହେଁ ଲଗାଯାଇଥିବା ଦଳୀୟ ପୋଷ୍ଟ ଏବଂ ବ୍ୟାନରେ ମଧ୍ୟ ବିଧାୟକଙ୍କ ଫଟୋ ନଥିବା ଦେଖିବାକୁ ମିଳିଛି । ଯାହା ବିଜେଡି ମଧ୍ୟରେ ଦଳୀୟ କନ୍ଦଳ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ଲୋକଙ୍କ ନିକଟତର ହେଉଛନ୍ତି ବିଧାୟକ, ଆଠମଲ୍ଲିକରେ ଜନସମ୍ପର୍କ ପଦଯାତ୍ରା

ପୂର୍ବତନ ପୂର୍ତ୍ତ ସଚିବ ତଥା ବର୍ତ୍ତମାନର ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି । ଏହି ଜନସମ୍ପର୍କ ପଦଯାତ୍ରାରେ ସ୍ଥାନୀୟ ବିଧାୟକ ରମେଶ ସାଏ ଦେଖା ମିଳିନଥିଲା । ଏହା ଗୋଟିଏ ଦିନ ପୂର୍ବରୁ ବିଧାୟକ ନିଜର ପତିଆରା ଦେଖାଇବା ପାଇଁ କିଶୋର ନଗର ବ୍ଳକ ଅଞ୍ଚଳରେ ଏକ ବିରାଟ ପଦଯାତ୍ରା କରିଥିବା ବେଳେ ଏବେ ନଳିନୀ କରିଛନ୍ତି ଜନସମ୍ପର୍କ ପଦଯାତ୍ରା ।

ବିଜେଡି ନେତା ନଳିନୀ ପ୍ରଧାନ କିହିଛନ୍ତି ,"ଏହି ଜନସମ୍ପର୍କ ପଦ ଯାତ୍ରା ମୁଖ୍ୟ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ ସରକାରଙ୍କ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ସଚେତନା କରିବା ।" ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ । ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ୯ଟି ପଞ୍ଚାୟତରୁ ପ୍ରାୟ 5 ହଜାରରୁ ଅଧିକ ବିଜେଡି କର୍ମୀ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି


ଇଟିଭି ଭାରତ,ଅନୁଗୋଳ

Last Updated : Oct 13, 2023, 9:41 PM IST

ABOUT THE AUTHOR

...view details