ଓଡିଶା

odisha

ETV Bharat / state

ଲୋକଙ୍କ ନିକଟତର ହେଉଛନ୍ତି ବିଧାୟକ, ଆଠମଲ୍ଲିକରେ ଜନସମ୍ପର୍କ ପଦଯାତ୍ରା

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 12, 2023, 3:45 PM IST

Jan Sampark Padayatra in angul
Jan Sampark Padayatra in angul

Jan Sampark Padayatra in angul

ଅନୁଗୋଳ: ଶେଷ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ନବୀନ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇଛନ୍ତି ଦଳ‌ୀୟ କର୍ମୀ । ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ନେତାଜୀ ପଡ଼ିଆର 57 ନମ୍ବର ୱାର୍ଡରେ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । 10 ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ବିଧାୟକ ଓ ବିଜେଡି କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇ ବିଜେଡି ସରକାରଙ୍କ ବିକାଶ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ । ଏହି କ୍ରମରେ ବୁଧବାର ଦିନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।

ବିଧାୟକ ରମେଶ ଚନ୍ଦ୍ର ସାଏ ଏହି ପଦଯାତ୍ରାରେ ସାମିଲ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ କର୍ମୀ ମାନଙ୍କୁ ନେଇ ବ୍ଳକର ଦୋହଲି ଛକ ଠାରୁ ପଦ ଯାତ୍ରା ଆରମ୍ଭ ହୋଇଥିଲା । ୧୦କିମିରୁ ଅଧିକ ରାସ୍ତାରେ ପଦ ଯାତ୍ରା କରିଥିଲେ ନେତା ଓ କର୍ମୀ। ୩ରୁ୪ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ବିଜେଡି ସରକାରର ବହୁ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଥିଲେ ବିଧାୟକ । ସରକାରଙ୍କ ଯେତେ ସବୁ ଯୋଜନା ରହିଛି ତାହା ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚିଛି କି ନାହିଁ ସେ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ କର୍ମୀ । ଏଥିସହ ଲୋକଙ୍କ ଅଭିଯୋଗ ଶୁଣି ସେ ଗୁଡିକର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ବିଧାୟକ।

ଏହା ମଧ୍ୟ ପଢନ୍ତୁ-ଜନସମ୍ପର୍କ ପଦଯାତ୍ରାରେ ଉପବାଚସ୍ପତି, ପ୍ରଶ୍ନ ଉଠାଇଲେ ବିରୋଧି

ଏହି ଜନସମ୍ପର୍କ ପଦଯାତ୍ରାରେ ହଜାର ଲୋକ ସାମିଲ ହୋଇ ସେମାନଙ୍କ ଅଭିଯୋଗ କରିବା ସହ କଣ ସବୁ ସୁବିଧା ପାଇ ପାରିଛନ୍ତି ସେ ନେଇ ଅଵଗତ କରିଥିଲେ । ଏହି ଶୋଭାଯାତ୍ରାରେରେ ବହୁ ମହିଳା ସଦସ୍ୟ ସାମିଲ ହୋଇ ସରକାର ବିକାଶ କଥା କଥା କହିଥିଲେ। ମହିଳା ଗୋଷ୍ଠୀ ମାନେ କିଭଳି ଉପକୃତ ହୋଇଛନ୍ତି ସେ ନେଇ ଲୋକଙ୍କୁ ସଚେତନ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ପାଟକୁରାରେ ବିଜେଡି ପଦଯାତ୍ରାର ପଡିବ କି ପ୍ରଭାବ ? ଟିକେଟ ପାଇଁ ଆଶାୟୀ ଥିବା କହିଲେ ସାବିତ୍ରୀ

ଚଳିତ ବର୍ଷର ଜନ ସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯାଇଥିଲା । ଆଜି ଠାରୁ ମାସେ ବ୍ୟାପୀ ସକ୍ରିୟ ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ଏହାସହ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details