ଓଡିଶା

odisha

ETV Bharat / state

Panchayat Polls: ଭୋଟ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ - ଭୋଟ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

athamalik mla ramesh sai casts vote for panchayat election
panchayat polls: ଭୋଟ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

By

Published : Feb 20, 2022, 1:08 PM IST

ଅନୁଗୋଳ: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଭୋଟର ମତଦାନ କରୁଛନ୍ତି । ଆଠମଲ୍ଲିକ ବିଧାୟକ ରମେଶ ସାଏ ନିଜ ଗାଁ ପୋଡାପଦର ସ୍କୁଲରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନିଜ ପରିବାର ଲୋକଙ୍କ ସହ ଭୋଟକେନ୍ଦ୍ରକୁ ଆସି ଲାଇନରେ ଠିଆ ହୋଇ ମତଦାନ କରିଥିଲେ ।

panchayat polls: ଭୋଟ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ପଞ୍ଚାୟତ ନିର୍ବାଚନ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଲାଇନରେ ଠିଆ ହୋଇ ଜନତା ସୁରୁଖୁରୁରେ ଭୋଟ ଦେଉଥିବା ଦେଖିବାକୁ ମିଳିଛି।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details