ଓଡିଶା

odisha

ଅଷ୍ଟମୀ ପାଇଁ ଉତ୍ସବ ମୁଖର ଅନୁଗୋଳ

ଧରାବତରଣ କରିଛନ୍ତି ଦଶଭୂଜା ମାଆ ଦୁର୍ଗା । ମଣ୍ଡପରେ ଆଜି ମୃଣ୍ମୟୀ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ସପ୍ତମୀ ପୂଜା । ପୂଜା ଉତ୍ସବ ପାଇଁ ଉତ୍ସବମୁଖର ସାରା ଅନୁଗୋଳ ।

By

Published : Oct 5, 2019, 4:38 PM IST

Published : Oct 5, 2019, 4:38 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଧରାବତରଣ କରିଛନ୍ତି ଦଶଭୂଜା ମାଆ ଦୁର୍ଗା । ମଣ୍ଡପରେ ଆଜି ମୃଣ୍ମୟୀ ମୂର୍ତ୍ତୀରେ ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ କରାଯାଇ ଆରମ୍ଭ ହୋଇଛି ସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ଏହି ପୂଜା ଉତ୍ସବ ପାଇଁ ଉତ୍ସବମୁଖର ସାରା ଅନୁଗୋଳ । ମାଆଙ୍କ ଆରାଧନାରେ ସମଗ୍ର ପରିବେଶ ହୋଇ ଯାଇଛି ଭକ୍ତିମୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଦେବୀ ଦଶଭୂଜାଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମାଆଙ୍କ ସପ୍ତମୀ ପୂଜା । ବିଧି ବ୍ୟବସ୍ଥା ପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ଶୁକ୍ରବାର ରାତ୍ରରେ ବିଲ୍ଵବରଣ କରାଯାଇଥିଲା । ଆଜି ସକାଳୁ ଜଳାଶୟରୁ ଜଳ ଆବାହନ କରି କଳସ ଯାତ୍ରାରେ ମାଆଙ୍କୁ ଆମନ୍ତ୍ରଣ କରାଯାଇଛି । ମୃଣ୍ମୟୀ ମୂର୍ତ୍ତୀରେ ଚକ୍ଷୁଦାନ ପରେ ଆଜି ହେଉଛି ମହା ସପ୍ତମୀ ପୂଜା ।

ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନୀତି କରାଯାଉଛି । ସବୁ ପୂଜା ମଣ୍ଡପରେ ମହା ଆଡମ୍ବରରେ ମାଆଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ଅନୁଗୋଳ ସହରର 10ଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା, ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆକୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।

ଆଜି ମହାସପ୍ତମୀ ହୋଇଥିବାରୁ ମଣ୍ଡପ ମାନଙ୍କରେ ମାଆଙ୍କ ବିଶେଷ ପୂଜାନୀତି ସମ୍ପନ୍ନ ହୋଇଛି । ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବା ମଣ୍ଡପରେ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସେମାନଙ୍କ ଭାଷାରେ ସେମାନେ ଯେଉଁଠିଥାନ୍ତୁ ନା କାହିଁକି ଦେବୀ ଦଶଭୂଜାଙ୍କ ସେମାନଙ୍କ ଉପରେ କରୁଣା ରହିଛି ।

ସେହିପରି କୋଇଲା ନଗରୀ ତାଳଚେରର କୋଇଲା କ୍ଷେତ୍ରରେ ମଧ୍ୟ ମାଆଙ୍କୁ ଯଥା ରୀତିନୀତିରେ ପୂଜା କରାଯାଉଛି । ସବୁଠି ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ମଧ୍ୟରେ ପୂଜା ପାଉଛନ୍ତି ମା’ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details