ଓଡିଶା

odisha

By

Published : Sep 28, 2021, 6:28 PM IST

ETV Bharat / state

ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଦାବିପତ୍ର, ସରକାର ଦୃଷ୍ଟି ନଦେଲେ କାର୍ଯ୍ୟ ବନ୍ଦ ଧମକ

ନୟାଗଡ ଜିଲ୍ଲାର ଆଶାକର୍ମୀଙ୍କ ବିକ୍ଷୋଭ । ଏକାଧିକ ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେଲେ ଦାବିପତ୍ର । ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ସହ କାର୍ଯ୍ୟବନ୍ଦ ଚେତାବନୀ ଦେଲା ସଂଘ। ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଦାବିପତ୍ର, ସରକାର ଦୃଷ୍ଟି ନଦେଲେ କାର୍ଯ୍ୟ ବନ୍ଦ ଧମକ
ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଦାବିପତ୍ର, ସରକାର ଦୃଷ୍ଟି ନଦେଲେ କାର୍ଯ୍ୟ ବନ୍ଦ ଧମକ

ନୟାଗଡ଼: ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । କାର୍ଯ୍ୟରତ ଆଶାକର୍ମୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ସହ 50 ଲକ୍ଷ ଟଙ୍କାର ବୀମାଭୁକ୍ତ କରିବା, ମାସିକ 10 ହଜାର ଟଙ୍କା ପେନସନ, ସାମାଜିକ ସୁରକ୍ଷା ଏବଂ ମାସିକ 21 ହଜାର ଦରମା ପ୍ରଦାନ ଦାବି କରାଯାଇଛି l ବାରମ୍ବାର ଏନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଆଶାକର୍ମୀମାନେ ଦାବି କରିଆସୁଛନ୍ତି ହେଲେ ଉଭୟ ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି l ଏ ନେଇ ଆଶାକର୍ମୀମାନେ ନୟାଗଡ଼ ସିଡ଼ିଏମଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l ଉଭୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ ।

ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଦାବିପତ୍ର, ସରକାର ଦୃଷ୍ଟି ନଦେଲେ କାର୍ଯ୍ୟ ବନ୍ଦ ଧମକ

ସୂଚନାଯୋଗ୍ୟ ଯେ,ଗତ 24 ତାରିଖରେ ସମାନ ଭାବେ ଆଶାକର୍ମୀମାନେ ନୟାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତେବେ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ପୁଣି ଥରେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଚଳିତଥର ପୁଣି ବିକ୍ଷୋଭ କରିବା ସହ ସେମାନେ ଦାବିପତ୍ର ମଧ୍ୟ ଦେଇଛନ୍ତି। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକେଲେ ସେମାନେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲା ଆଶାକର୍ମୀ ସଂଘର ସଭାପତି ସୁରେଶ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details