ଓଡିଶା

odisha

ETV Bharat / state

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ - artists earning

କୋରୋନା କଟକଣା ଯୋଗୁ ଦୀର୍ଘ 5ମାସ ହାତ ବାନ୍ଧି ବସିବା ପରେ ପୁଣି ଥରେ ଚିତ୍ରଶିଳ୍ପୀଙ୍କ ମୁହଁରେ ହସ ଫୁଟିଛି । ରାଜ୍ୟ ସରକାର ସେମାନଙ୍କୁ ସ୍ବତନ୍ତ୍ର ଯୋଜନା ଜରିଆରେ ଯୋଗାଇ ଦେଇଛନ୍ତି କାମ । ସହରାଞ୍ଚଳରେ ବିଭିନ୍ନ ସରକାରୀ ପାଚେରୀରେ ଶିଳ୍ପୀମାନେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି । ଏହାଦ୍ବାରା ଭଗ୍ନ ଅବସ୍ଥାରେ ପଡିଥିବା ପାଚେରୀ ଗୁଡିକର ପୁନରୁଦ୍ଧାର ହୋଇପାରୁଛି । ସହରର ସୌନ୍ଦର୍ଯ୍ୟ ବଢୁଛି । ଶିଳ୍ପୀମାନେ ରୋଜଗାର ପାଇ ପାରୁଛନ୍ତି । ଅଧିକ ପଢନ୍ତୁ...

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ
ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ

By

Published : Aug 19, 2020, 9:17 AM IST

ଅନୁଗୋଳ: ଦୀର୍ଘ 5ମାସ ପରେ ଚିତ୍ର ଶିଳ୍ପୀର ରଙ୍ଗତୂଳୀ ପୁଣି କଥା କହିଛି । କୋରୋନା କଟକଣା ଛଡାଇ ଦେଇଥିଲା ରଙ୍ଗ ଆଉ ତୂଳୀର ସମ୍ପର୍କ । ଏବେ ପୁଣିଥରେ ଯୋଡିହୋଇଛି ସେ ସମ୍ପର୍କ । କାହିଁକି ନା କୋରୋନା କଟକଣା ପାଇଁ ହାତବାନ୍ଧି ବସିଥିବା ଚିତ୍ରଶିଳ୍ପୀକୁ ମିଳିଛି କାମ ।

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ

ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳା ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ଆଣିଛନ୍ତି ନୂଆ ନୂଆ ଯୋଜନା । ଏହାର ସଫଳ ରୂପାୟନ ଦେଖିବାକୁ ମିଳିଛି ଅନୁଗୋଳ ସହରରେ । ଅର୍ବାନ ୱେଜ ଏମ୍ପ୍ଲଇମେଣ୍ଟ ଇନିସିଏଟିଭ ସ୍କିମ ଜରିଆରେ ସରକାରୀ କାନ୍ଥ ଗୁଡିକୁ ରଙ୍ଗ କରିବା ସହ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କାଯାଉଛି । ଯାହାକୁ ଆଙ୍କି ଅନେକ ଚିତ୍ରଶିଳ୍ପୀ କାମ ପାଇବା ସହ ରୋଜଗାରକ୍ଷମ ହୋଇଛନ୍ତି ।

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ

ଅର୍ବାନ ୱେଜ ଏମ୍ପ୍ଲଇମେଣ୍ଟ ଇନିସିଏଟିଭ ଯୋଜନାରେ ଅନୁଗୋଳ ସହର ପାଇଁ 96ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ସରକାର । 54ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି । ସେହି ଗୋଷ୍ଠୀ ସହାୟତାରେ ସହରର ଶତାଧିକ ଚିତ୍ରଶିଳ୍ପୀ ଏବେ କାମ ପାଇଛନ୍ତି ।

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ

ଅନୁଗୋଳ ସହରର ହୁଳୁରୁସିଂଘା, ପିଟିସି, ବସଷ୍ଟାଣ୍ଡ, ଜିଲା କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ସମେତ23ଟି ୱାର୍ଡର ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଉଛି। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ, ବନ୍ୟଜନ୍ତୁ, କରୋନା ସଚେତନତା, ସ୍ଵଚ୍ଛତା, ଟ୍ରାଫିକ ନିୟମ, ମହାପୁରୁଷ ମାନଙ୍କ ଚିତ୍ର ଆଦି ବିଭିନ୍ନ କିସମର ଚିତ୍ର ଅଙ୍କା ଯାଇଛି । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ସହର ସୁନ୍ଦର ଲାଗୁଛି । ଆଉ ଶିଳ୍ପୀ,ମହିଳା ଗୋଷ୍ଠୀ ମଧ୍ୟ ରୋଜଗାର ପାଇଛନ୍ତି ।

ସରକାରୀ ପାଚେରୀରେ ଚିତ୍ର ଆଙ୍କି ରୋଜଗାର ପାଉଛନ୍ତି ଚିତ୍ରଶିଳ୍ପୀ

କୋରୋନା ସମୟରେ ସରକାରଙ୍କ ଏଭଳି ଯୋଜନା ବହୁତ ଗୁରୁତ୍ବପୂର୍ଣ୍ଣ । ଏହା ଦ୍ବାରା ବହୁ ମହିଳା ଓ ଚିତ୍ରଶିଳ୍ପୀ ନିଜେ ବଞ୍ଚି ନିଜ ନିଜ ପରିବାରକୁ ପ୍ରତିପୋଷଣ କରି ପାରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details