ଓଡିଶା

odisha

By

Published : Aug 16, 2019, 5:14 PM IST

ETV Bharat / state

ପୂର୍ବ ଶତ୍ରୁତାରୁ ତୀର ମାଡ,ଜଣେ ଗୁରୁତର

ଶତ୍ରୁ ସାଜିଲା ସଇତାନ । ପୂର୍ବ ବଚସାରୁ କରିଛି ତୀର ମାଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଲଲହଡା ବ୍ଲକ ଯମରଡ଼ିହ ଗାଁରେ ଘଟିଛି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାରୁ ହୋଇଛି ତୀର ମାଡ଼ । ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ସେହି ଗ୍ରାମର ଗୁରୁ ଧୀବର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଯମରଡ଼ିହ ଗାଁର ଗୁରୁ ଧୀବର ଛେଳି ଚରେଇବାକୁ ଯାଇଥିବା ବେଳେ ସେହି ଗାଁ ର ଜୁଲୁମ ସିଂ ପୂର୍ବ ଶତ୍ରୁତାକୁ ନେଇ କରିଛି ତୀର ମାଡ । ତୀରଟି ଗୁରୁ ଧୀବରଙ୍କ ବାମ ହାତରେ ଗଳି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି । ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଗୁରୁକୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ତାନ୍ତରିତ କରାଯାଇଛି ।

ପାଳଲହଡା ଥାନାରେ ଘଟଣା ଅନୁଯାୟୀ ଏକ ଅଭିଯୋଗ ହୋଇଛି । ପରେ ପାଳଲହଡା ପୋଲିସ ତଦନ୍ତ ଆରମ୍ଭ କରିଛି I ଘଟଣାରେ ପୋଲିସ ଆକ୍ରମଣ କାରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details