ଅନୁଗୋଳ:ସୁଧୁରୁନି ଅନୁଗୋଳ ଜିଲାର ବାୟୁ ପ୍ରଦୂଷଣର ସ୍ଥିତି । ଗତକାଲି ଭଳି ଆଜି ମଧ୍ୟ ସମାନ ସ୍ଥିତି ରହିଛି । ଦ୍ଵିତୀୟ ଦିନରେ ବି ଜିଲ୍ଲାରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିପାରିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୪୧ ରହିଥିଲା। ଗତକାଲି (ଗୁରୁବାର) ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳକଣା ମାତ୍ରା ୩୫୪ ରେ ପହଞ୍ଚିଥିଲା । ସେହିପରି ତାଳଚେର ସ୍ଥିତି ଆହୁରି ଜଟିଳ ହୋଇ ପଡିଥିଲା । ଏଠାରେ ଧୂଳିକଣା ମାତ୍ରା ୩୬୪ରେ ଥିବା ଜଣାପଡିଥିଲା ।
ଲଗାତାର ୧୦ ଦିନ ହେଲା ଅନୁଗୋଳରେ ବାୟୁମଣ୍ଡଳ ପ୍ରଦୂଷଣ ବଢୁଛି । ଫଳରେ ଏକ ପ୍ରକାର ବିପଦଜନକ ସ୍ଥିତି ସୃଷ୍ଟି ହୋଇଛି । ଫୁସଫୁସ ଓ ହୃଦ ରୋଗ ସାଙ୍ଗକୁ ଚର୍ମ ଓ ଅନ୍ୟାନ୍ୟ ରୋଗ ବଢିବାର ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ଅନୁଗୋଳ ଓ ତାଳଚେରରେ ବିଷାକ୍ତ ପିଏମ ୨.୫ ରହୁଛି । ଏହାର ମାତ୍ରା ୪୦୦ ପାଖାପାଖି ରହୁଛି। ଗତକାଲି ସକାଳେ ଏହି ଦୁଇ ସହରରେ ଧୂଳିକଣା ମାତ୍ରା ୩୭୦ ଉପରେ ଥିବା ଆକଳନ କରାଯାଇଥିଲା। ପ୍ରଦୂଷଣ ବିଭାଗ ଅନୁସାରେ ବାୟୁ ମଣ୍ଡଳରେ PM (Particulate Matter) ୨.୫ ଏବଂ PM(Particulate Matter) ୧୦, ଉପାଦାନସ୍ତର ୨୫ ଭିତରେ ରହିଲେ ତାହାକୁ ସୁସ୍ଥ ବାୟୁ କୁହାଯାଏ ।
ଏହା ମଧ୍ୟ ପଢନ୍ତୁ...ଅନୁଗୋଳ ପବନରେ ବିଷ ! ଧୂଳିକଣାରେ ଦିଲ୍ଲୀକୁ ଟପିଲା