ଓଡିଶା

odisha

ETV Bharat / state

ସରକାରୀ ଯୋଜନାରେ ମିଳିଛି କାମ, ତଥାପି ଉପାସରେ ଶ୍ରମିକ ପରିବାର - anugul news

କୋରୋନା କଟକଣା ସମୟରେ କାମ ଧନ୍ଦା ପାଉନଥିବା ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ସରକାର କାମ ଯୋଗାଇ ଦେଇଥିଲେ । ଫଳରେ ଶତାଧିକ ଶ୍ରମିକ ଦି ପଇସା ପାଇବାକୁ ବିଭିନ୍ନ ଶ୍ରମ ଭିତ୍ତିକ କାମ କରିଥିଲେ । କିନ୍ତୁ ମାସ ମାସ ଧରି ସେମାନଙ୍କୁ ମିଳୁନି ମଜୁରୀ । ଫଳରେ ଭୋକ ଉପାସରେ ଦିନ କାଟୁଛନ୍ତି ଶ୍ରମିକ ପରିବାର। ଏଭଳି ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତରେ ।

ସରକାରୀ ଯୋଜନା ମିଳିଛି କାମ, ତଥାପି ଉପାସରେ ଶ୍ରମିକ ପରିବାର
ସରକାରୀ ଯୋଜନା ମିଳିଛି କାମ, ତଥାପି ଉପାସରେ ଶ୍ରମିକ ପରିବାର

By

Published : Aug 25, 2020, 11:02 PM IST

ଅନୁଗୋଳ: ସରକାରୀ ଯୋଜନାରେ କାମ କରି ଉପାସରେ ଦିନ କାଟୁଥିବା ଶ୍ରମିକ ପରିବାର । ମଜୁରୀ କେବେ ମିଳିବ ସେ ନେଇ ଗଣୁଛନ୍ତି ଦିନ । ହେଲେ ଏହା ଭିତରେ ଦୁଇ ମାସ ବିତିଗଲାଣି, ତଥାପି ହାତକୁ ପୁରୁଣା କାମର ମିଳିନି ମଜୁରୀ । ଏହି କୋରୋନା କଟକଣା ମଧ୍ୟରେ କାମ ଧନ୍ଦା ନପାଇ ଭୋକ ଉପାସରେ ରହୁଥିବା ଶ୍ରମିକ ଶ୍ରେଣୀର ଏହି ଲୋକମାନେ ଏବେ ସରକାରୀ ଯୋଜନାରେ କାମ ପାଇ ବି ମଜୁରୀ ପାଉନାହାନ୍ତି । ଏନେଇ ଆପତ୍ତି କଲେ ବି କେହି ଶୁଣୁନାହାନ୍ତି । ଶ୍ରମିକଙ୍କ କ୍ଷେତ୍ରରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଅନ୍ତୁଳିଆ ପଞ୍ଚାୟତରେ । ଦୁଇ ମାସ ହେବ ଗାଁରେ ଏକ ମାଟି ରାସ୍ତା ନିର୍ମାଣ କରିଥିଲେ ହେଁ ହେଲେ ଆଜି ଯାଏଁ ସେ କାମର ଏମାନଙ୍କୁ ମିଳିନି ମଜୁରୀ ।

ସରକାରୀ ଯୋଜନା ମିଳିଛି କାମ, ତଥାପି ଉପାସରେ ଶ୍ରମିକ ପରିବାର

ସୂଚନା ଅନୁସାରେ କୋରନା ସମୟରେ ଶ୍ରମିକ ଙ୍କୁ ନିଜ ନିଜ ଗାଁରେ କାମ ଦେବା ପାଇଁ ସରକାର ମନରୋଗ ବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇଥିଲେ । ଯେଉଁ କାମ କଲେ ଶ୍ରମିକଟିଏ ପ୍ରତି ସପ୍ତାହରେ ସରକାରୀ ମୂଲ୍ୟରେ ତାର ମଜୁରୀ ପାଇବା କଥା । ହେଲେ ଏହି ପଞ୍ଚାୟତରେ ସେଥିରେ ବ୍ୟତିକ୍ରମ ହୋଇଛି । ଦୁଇ ମାସରୁ ଅଧିକ ସମୟ ବିତିଥିଲେ ବି 100 ରୁ ଅଧିକ ଶ୍ରମିକ ତାଙ୍କ ମଜୁରୀ ପାଇ ନାହାନ୍ତି । ପ୍ରତ୍ୟେକ ଶ୍ରମିକଙ୍କ ହାରାହାରି 5ରୁ 7 ହଜାରୁ ଅଧିକ ଟଙ୍କା ଲେଖାଏଁ ପାଇବାର ଅଛି । ହେଲେ ଏନେଇ କୌଣସି ଅଧିକାରୀଙ୍କ ନିକଟରେ ଖବର ନାହିଁ ।

ସେପଟେ ଏନେଇ ଆମେ ବିଡିଓଙ୍କ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିଥିଲୁ ହେଲେ କାହାରି ପାଖରେ ଏନେଇ ଖବର ନଥିବା କହିଛନ୍ତି ।

କେବଳ ଅନ୍ତୁଳିଆ ପଞ୍ଚାୟତ ନୁହେଁ ଏମିତି ଅନେକ ପଞ୍ଚାୟତ ଅଛି ଯେଉଁଠି ଶ୍ରମିକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟିଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଶ୍ରମିକମାନେ ସଠିକ ସମୟରେ ମଜୁରୀ ପାଇ ପାରୁ ନାହାନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details