ଅନୁଗୋଳ: ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନ ହେଲେ ବନ୍ଦ ହେବ ଅନୁଗୋଳ । ଏଭଳି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । କୋରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ ।
ବାରମ୍ବାର ଆପତ୍ତି ଓ ଅଭିଯୋଗ ପରେ ମଧ୍ୟ କୋରୋନା ସଂକ୍ରମିତ ଶିଳ୍ପସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉନାହିଁ । ଏପରିକି ଉକ୍ତ ଶିଳ୍ପସଂସ୍ଥା ଗୁଡିକର କର୍ମଚାରୀଙ୍କୁ ନେଇ ବାହାରକୁ ଆସୁଥିବା ଗାଡି ଗୁଡିକର ଯାତାୟତ ଉପରେ ମଧ୍ୟ ରୋକ ଲଗାଯାଉନାହିଁ । ଯାହାକୁ ବିରୋଧ କରି ଆସନ୍ତା ସୋମବାର ନଗର କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।
ଯଦି ପ୍ରଶାସନ ସେମାନଙ୍କ ଦାବି ନ ଶୁଣେ ତେବେ ବୁଧବାର ଅନୁଗୋଳ ବନ୍ଦ ଡାକରା ଦେବାକୁ ଚେତାବନୀ ଦେଇଛି ନଗର କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି ।
ଶିଳ୍ପ ସଂସ୍ଥାକୁ ନିଷିଦ୍ଧାଞ୍ଚଳ କର ନହେଲେ ବନ୍ଦ ହେବ ଅନୁଗୋଳ: ନଗର କଂଗ୍ରେସ ପ୍ରକାଶ ଥାଉ କି, ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଉ ବଢୁଥିବା ଏହି ସଂକ୍ରମିତଙ୍କ ସଂଖ୍ୟା ପାଇଁ ଶିଳ୍ପସଂସ୍ଥା ହିଁ ଦାୟୀ । ଏସବୁ ଜାଣିବା ସତ୍ତ୍ବେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସେପେଟ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ