ଓଡିଶା

odisha

ETV Bharat / state

ଅନୁଗୋଳରେ ହେବ ପାନୀୟ ଜଳପ୍ରକଳ୍ପ, ୩୫୮କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ - ୩୫୮ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ

ଅନୁଗୋଳ ଓ ବଅଁରପାଳ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ଦୁଇଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୩୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ

ଅନୁଗୋଳ ଜିଲ୍ଲା ବିଜେଡିର ସମ୍ବାଦିକ ସମ୍ମିଳନୀ
ଅନୁଗୋଳ ଜିଲ୍ଲା ବିଜେଡିର ସମ୍ବାଦିକ ସମ୍ମିଳନୀ

By

Published : Dec 28, 2022, 5:55 PM IST

ଅନୁଗୋଳରେ ହେବ ପାନୀୟ ଜଳ ପ୍ରକଳ୍ପ, ୩୫୮ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ

ଅନୁଗୋଳ: ଜିଲ୍ଲାର ହେବ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଗତ କାଲି ( ମଙ୍ଗଳବାର ) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅନୁଗୋଳ ଓ ବଅଁରପାଳ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ଦୁଇଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୩୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆସନ୍ତା ୨୪ ମାସ ମଧ୍ୟରେ ଏହି ଦୁଇଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ପ୍ରକଳ୍ପରେ ଅନୁଗୋଳ ବ୍ଲକ ଅଧୀନରେ ଥିବା ସମସ୍ତ ଲୋକ ଉପକୃତ ହେବେ ବୋଲି ଜିଲ୍ଲା ବିଜେଡି କହିଛି ।

ଅନୁଗୋଳ ବ୍ଲକ ଅଧୀନରେ ୩୪ଟି ପଞ୍ଚାୟତର ୨୭୭ଟି ଗାଁରେ ୧ଲକ୍ଷ ୬୬ହଜାର ଲୋକ ବସବାସ କରନ୍ତି । ସେହିପରି ବଅଁରପାଳ ବ୍ଲକ ଅଧୀନରେ ଥିବା ୧୩ଟି ପଞ୍ଚାୟତର ୫୨ଟି ଗାଁରେ ୭୦ହଜାର ଲୋକ ବସବାସ କରନ୍ତି । ତେବେ ଏହି ଦୁଇଟି ବ୍ଲକର ଜନସାଧାରଣ ଏହି ପ୍ରକଳ୍ପ ମଧ୍ୟମରେ ବହ ଉପକୃତ ହେବେ କହି ଜିଲ୍ଲା ବିଜେଡି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି ।

ଏନେଇ ଆଜି (ବୁଧବାର) ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଷ । ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଚିଫ ହୁଇପ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ବହୁ ପୁରୁଖା ବିଜେଡି ନେତା ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details