ଓଡିଶା

odisha

ETV Bharat / state

ମହିଳାଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ - ଅନୁଗୋଳ ଖଣି କାର୍ଯ୍ୟାଳୟ

ନିଯୁକ୍ତି ନାଁରେ ଠକି ଚାଲିଛନ୍ତି ଖଣି କର୍ତ୍ତୃପକ୍ଷ । ଏହାକୁ ବିରୋଧ କରି ଗ୍ରାମବାସୀ ତାଳଚେରର ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

Anugul villagers prorest in front of mcl office
ମହିଳାଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

By

Published : Sep 24, 2021, 6:13 PM IST

ଅନୁଗୋଳ:ନିଜ ଗାଁର ମହିଳାଙ୍କୁ ନିଯୁକ୍ତି ପାଇଁ ଏକାଠି ହେଲେ ଗ୍ରାମବାସୀ । ଏମସିଏଲ ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗାଁ ଲୋକେ । ନିଯୁକ୍ତି ଦେବେ କହି ଠକି ଚାଲିଛନ୍ତି ଖଣି କର୍ତ୍ତୃପକ୍ଷ । ଡ୍ୟୁଟି ସମୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀକୁ ନିଯୁକ୍ତି ଦେବେ କହି ଠକି ଚାଲିଛନ୍ତି କୋଇଲା ଖଣି କର୍ତ୍ତୃପକ୍ଷ। ଯାହାର ପ୍ରତିବାଦରେ କୋଇଲା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ମୃତ ସୁରକ୍ଷା କର୍ମୀଙ୍କ ଗାଁ ଲୋକେ।

ମହିଳାଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନୁଗୋଳ ଜିଲ୍ଲା ତାଳଚେରର ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ପ୍ରତିବାଦ। ଗତ ଚାରିବର୍ଷ ତଳୁ ଏହି କାର୍ଯ୍ୟାଳୟରେ ସୁରକ୍ଷା କର୍ମୀଭାବେ କାମ କରୁଥିବା ତାଳଚେର ଘଣ୍ଟାପଡା ଗାଁ ସୁଶୀଲ ସାହୁ ମୃତ୍ୟୁ ହୋଇଥିଲା ।ଏହି ସମୟରେ MCL ଜଗନ୍ନାଥ କୋଇଲା ଖଣି କର୍ତ୍ତୃପକ୍ଷ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ମନୋରମା ସାହୁଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ । ଏହା ଭିତରେ ଅନେକ ଦିନ ବିତି ଯାଇଥିଲେ ବି କର୍ତ୍ତୃପକ୍ଷ ତାଙ୍କ କଥା ନ ଶୁଣିବାରୁ ତାଙ୍କ ପାଇଁ ତାଙ୍କ ଗାଁ ଲୋକେ ଆଜି କାଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଧାରଣା ରେ ବସିଛନ୍ତି । ଯାହାକୁ ନେଇ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details