ଓଡିଶା

odisha

By

Published : May 16, 2019, 9:10 PM IST

ETV Bharat / state

ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଥାନା ଘେରିଲେ ଗ୍ରାମବାସୀ

ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଥାନା ଶୁଶବ ଗାଁର ଆଦିବାସୀ ଥାନା ଘେରାଉ କରିଛନ୍ତି । ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅଭିଯୁକ୍ତର ଗିରଫ ଦାବି ଏବଂ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବା ନେଇ ଥାନା ଘେରାଉ କରିଛନ୍ତି ଉକ୍ତ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ କଲେ ଆଦିବାସୀ ସମ୍ପ୍ରଦାୟ । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବା ନେଇ ଥାନା ଘେରାଉ କରିଛନ୍ତି ଆଦିବାସୀ ମହିଳା ଓ ପୁରୁଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଶୁଶବ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଉକ୍ତ ଗାଁର ଯମୁନା ଶୁଣ୍ଢି ନାମକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଦୀର୍ଘ 4 ଘଣ୍ଟା ଧରି ଥାନା ଘେରାଉ ପରେ ପୋଲିସର ଆପୋଷ ବୁଝାମଣାରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଥିଲେ ।

ସୂଚନା ଅନୁସାରେ ଗତ ଦୁଇ ମାସ ପୁର୍ବେ ଗୁରୁ ଚରଣ ପାଲ ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ଯମୁନାକୁ ମରଣାନ୍ତକ ଆକ୍ରମଣ କରିଥିଲା । ଯମୁନା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ଶୁଣି ନଥିଲା । ଘଟଣାକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଥାନା ଘେରାଉ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details