ଅନୁଗୋଳ: କୋରୋନା ସମୟରେ ବିଦ୍ୟାଳୟ ଛାତ୍ରାଛାତ୍ରୀଙ୍କ ଫିସ୍ ଛାଡ ପାଇଁ ଛାତ୍ର କଂଗ୍ରେସର ଦାବି । ଅନୁଗୋଳ ଛାତ୍ର କଂଗ୍ରେସ ପକ୍ଷରୁ ପରୀକ୍ଷା ବାତିଲ ଓ ଫିସ୍ ଛାଡ଼ ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ।
ବହୁ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଉଭୟ ଘରୋଇ ଓ ସରକାରୀ ସ୍କୁଲ ବନ୍ଦ ଥିଲେ ମଧ୍ୟ ଅଭିଭାବକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଫୋନ ଯୋଗେ ଫିସ୍ ଦେବାକୁ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।