ଅନୁଗୋଳ : ଦେଓ୍ବାନୀ କୋର୍ଟ ପ୍ରତିଷ୍ଠା ଦାବିରେ ପାଲହଡାରେ ୧୨ଘଣ୍ଟିଆ ବନ୍ଦ ଡାକରା(12hour palahada strike) । ଅନୁଗୋଳ ଜିଲ୍ଲାର ପାଲଲହଡା ଉପ କାରାଗାରାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି । ଏଥି ସହ ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ଓକିଲ ସଂଘ ସଦସ୍ୟ । ଏନେଇ ପାଲଲହଡା ଓ ଖମାର ଅଞ୍ଚଳର ସମସ୍ତ ଦୋକାନ ବଜାରକୁ ଓକିଲ ସଂଘର ସଦସ୍ୟ ମାନେ ପିକେଟିଂ କରି ବନ୍ଦ କରିଛନ୍ତି ।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ପାଲଲହଡା ଉପ କାରାଗାରାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ବିରୋଧରେ ଓକିଲ ସଂଘର କର୍ମକର୍ତ୍ତାମାନେ ବନ୍ଦ ଡାକରା ଦେଇଛନ୍ତି । ଓକିଲ ସଂଘର କର୍ମକର୍ତ୍ତା କହିଛନ୍ତି, " ପାଲଲହଡା ଜେଲ ଜିଲ୍ଲାର ସର୍ବ ପୁରାତନ ତଥା ରାଜାରାଜୁଡା ,ସମୟର ଜେଲ ହୋଇଥିବାରୁ ଏହା ପାଲଲହଡା ମାନଚିତ୍ରର ଏକ ଅଙ୍ଗ ପାଲଟିଛି । ଏନେଇ ପୁରାତନ ଜେଲକୁ ସ୍ଥାନାନ୍ତରଣ ନ କରିବା ଓ ପାଲଲହଡାରେ ଦେଓ୍ବାନୀ କୋର୍ଟ ନଥିବାରୁ ଏହାର ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ଏହି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତେବେ ଯେତେଦିନ ପର୍ଯ୍ୟନ୍ତ ସରକାର ଦେଓ୍ବାନୀ କୋର୍ଟ ପ୍ରତିଷ୍ଠା ନ କରିଛନ୍ତି ଏବଂ ଜେଲ୍ ସ୍ଥାନାନ୍ତରଣ ଅର୍ଡରକୁ ବନ୍ଦ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ସେହିପରି ଦାବି ପୂରଣ ନ ହେଲେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ" ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି ।