ଓଡିଶା

odisha

ETV Bharat / state

ମୁହାଁମୁହିଁ ଏସ୍‌ପି-ବିଧାୟକ, ପ୍ରତିକ୍ରିୟା ରଖିଲେ ବ୍ରଜକିଶୋର - anugul sp v/s mla

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଏସ୍‌ପି ଜଗମୋହନ ମିନା ମୁହାଁମୁହିଁ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ।

ଏସ୍‌ପି ବନାମ ବିଧାୟକ

By

Published : Oct 31, 2019, 9:31 PM IST

ଅନୁଗୋଳ: ଏସ୍‌ପି-ବିଧାୟକ ମୁହାଁମୁହିଁ । ତାଳଚେର ଭାଲୁଗାଡିଆ ଗାଁ ଉଚ୍ଛେଦ ବେଳେ ମୁହାଁମୁହିଁ ହୋଇଥିଲେ ଏସପି ଜଗମୋହନ ମିନା ଓ ତାଳଚେର ବିଧାୟକ । ଯାହାର ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ଅଫିସରଙ୍କୁ ଆଚାର ବ୍ୟବହାରରେ ଶାଳୀନତା ରଖିବାକୁ ସେ କହିଛନ୍ତି ।

ଏସ୍‌ପି ବନାମ ବିଧାୟକ

ଗତ ମଙ୍ଗଳବାର କୋଇଲା ସମ୍ପ୍ରସାରଣ ପାଇଁ ଏମସିଏଲ କମ୍ପାନୀ ପକ୍ଷରୁ ଉଚ୍ଛେଦ ଚାଲିଥିବାବେଳେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ଆଉ ଲୋକଙ୍କ ସପକ୍ଷରେ ବାହାରିଥିଲେ ତାଳଚେର ବିଧାୟକ । କ୍ଷତିଗସ୍ତଙ୍କୁ ଉଚିତ୍ କ୍ଷତିପୂରଣ ଦେଲେ ହିଁ ଜାଗା ଛାଡିବାକୁ ଦାବି କରିଥିଲେ । ଏହି ସମୟରେ ପୋଲିସ ଓ ବିଧାୟକ ମୁହାଁମୁହିଁ ହୋଇଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସେ । ସେପଟେ ଏନେଇ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details