ଅନୁଗୋଳ: ରାଜ୍ୟରେ ଅନେକ ଶିଳ୍ପ ଥାଇ ମଧ୍ୟ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଯାହାର ପ୍ରତିବାଦ କରିଛନ୍ତି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) । ଭୂମିହୀନଙ୍କୁ ଜମି ଦେବାରେ ସରକାର ବିଫଳ । ଶିଳ୍ପ ଥାଇ ସୁଦ୍ଧା ଲୋକେ ଖଟୁଛନ୍ତି ଦାଦନ । ଯାହାକୁ ପ୍ରତିବାଦ କରିଛନ୍ତି ପବ୍ଲିକ ପାର୍ଟି ଅଫ ଇଣ୍ଡିଆ ।
ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି - ଅନୁଗୋଳ ରି ପବ୍ଲିକ ପାର୍ଟି ଅଫ ଇଣ୍ଡିଆର ବିକ୍ଷୋଭ ପ୍ରଦର୍ଶନ
ଭୂମିହୀନଙ୍କୁ ଜମି ଦେବାରେ ସରକାର ବିଫଳ । ଶିଳ୍ପ ଥାଇ ସୁଦ୍ଧା ଲୋକେ ଖଟୁଛନ୍ତି ଦାଦନ । ଯାହାକୁ ପ୍ରତିବାଦ କରିଛି ଅନୁଗୋଳର ପବ୍ଲିକ ପାର୍ଟି ଅଫ ଇଣ୍ଡିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଭୂମିହୀନଙ୍କୁ 5 ଏକର ସରକାରୀ ଜାଗା ଯୋଗାଇ ଦେବାକୁ ଦାବି
ଅନୁଗୋଳ ଜିଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ପାର୍ଟି । ପାର୍ଟିର ବହୁ ସଂଖ୍ୟାରେ କର୍ମକର୍ତ୍ତା ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସେଠାରେ ବିକ୍ଷୋଭ କରିଛନ୍ତି । ଭୂମିହୀନଙ୍କୁ 5 ଏକର ଜମି, କୋଇଲା ଖଣିରେ ଜମି ହରାଙ୍କୁ ଚାକିରୀ ଆଦି ଦାବି ନେଇ ଏହି ପ୍ରତିବାଦ କରିଛି ପାର୍ଟି । ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ