ଅନୁଗୋଳ: ଜନ୍ମଦିନରେ ବୁଢୀ ଠାକୁରାଣୀ ଦର୍ଶନ ସାରି ଫେରିବା ବେଳେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ହିଁ ଚାଲିଗଲା ମା'- ପୁଅଙ୍କ ଜୀବନ । 55 ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକ ଦୁହେଁ ହେଲେ ଛେଣ୍ଡିପଦା ଥାନା ବାଲିପଟା ଗାଁ ର ମା' ସରିତା ସାହୁ ଓ ପୁଅ ଶୁଭମ ସାହୁ । ଅନୁଗୋଳ ସହରର ଦଶହରା ପଡ଼ିଆ ସମ୍ମୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।
ଜନ୍ମଦିନରେ ମା'-ପୁଅଙ୍କୁ ଚାପିଦେଲା ଟ୍ରକ
ଜନ୍ମଦିନରେ ମା' ବୁଢି ଠାକୁରାଣୀ ଙ୍କ ଆର୍ଶୀବାଦ ନେଇ ଫେରିବା ବେଳେ ମା'-ପୁଅଙ୍କ ଉପରେ ଚଢିଗଲା ଟ୍ରକ ।
anugul
ସୂଚନାମୁତାବକ, ଶୁଭମର ଜନ୍ମଦିନ ଅବସରରେ ଅନୁଗୋଳ ସହରରେ ଥିବା ମା' ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ ମା'-ପୁଅ । ତେବେ ଦର୍ଶନ ସାରି ସ୍କୁଟିରେ ଫେରୁଥିବା ବେଳେ ଏକ 12 ଚକିଆ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଲୋକେ ରାସ୍ତାରୋକ କରିଛନ୍ତି ।
ଏଥିସହ ଏହି ଦୁର୍ଘଟଣା ପାଇଁ ବିପଦ ସଙ୍କୁଳ ରାଜପଥକୁ ଦାୟୀ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ