ଅନୁଗୋଳ: ଜିଲ୍ଲାରେ ବେକାବୁ ହେବାରେ ଲାଗିଛି କୋରୋନା ସ୍ଥିତି । ଜିଲ୍ଲାରୁ ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୬୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୧୧୧ରେ ପହଞ୍ଚିଛି ।
ଅନୁଗୋଳରେ ଗୋଟିଏ ଦିନରେ ରେକର୍ଡ, ୧୬୭ କୋରୋନା ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ ଚିହ୍ନଟ
ଜିଲ୍ଲାରୁ ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୬୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୧୧୧ରେ ପହଞ୍ଚିଛି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଓ ପୌରାଞ୍ଚଳରୁ ସର୍ବାଧିକ ୪୬ ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨୬ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି । ସେହିଭଳି ଅନୁଗୋଳ ବ୍ଲକ ଓ ପୌରାଞ୍ଚଳରୁ ୪୩ ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨୮ଜଣ ପୁରୁଷ ଓ ୧୫ଜଣ ମହିଳା ଥିବା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂଚନା ଦେଇଛି । ସେହିପରି କଣିହାଁ ବ୍ଳକ୍ ଅଞ୍ଚଳରୁ ୨୭ ଜଣ ( ୧୩ ପୁରୁଷ ଓ ୧୪ ମହିଳା ), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୪ ଜଣ ( ୧୧ ପୁରୁଷ ଓ ୧୩ ମହିଳା ), କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୫ ଜଣ ( ୯ ପୁରୁଷ ଓ ୬ ମହିଳା ), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୮ ଜଣ ( ୫ ପୁରୁଷ ଓ ୩ ମହିଳା ), ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ ଜଣ ( ୩ ପୁରୁଷ ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧ ଜଣ ( ୧ଜଣ ପୁରୁଷ ) ଅଛନ୍ତି ।
ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୯୭ ଜଣ ସୁସ୍ଥ ହୋଇଥିବାର ଖବର ହସ୍ତଗତ ହୋଇଛି । ଏଥି ମଧ୍ୟରେ ୧୪ ଜଣ କୋଭିଡ ହସପିଟାଲରୁ ଓ ୮୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ