ଅନୁଗୋଳ: ଚିନାବାଦାମ ଚାଷୀଙ୍କ ମୁଣ୍ଡରେ ଚଡକ । ଅମଳ ପୂର୍ବରୁ କ୍ଷେତ ଉଜାଡୁଛନ୍ତି ଜଙ୍ଗଲୀ ଜନ୍ତୁ । ଅନୁଗୋଳ ଜିଲ୍ଲା ଅନୁଗୋଳ ବନାଞ୍ଚଳ ରଗୁଡ଼ିଆ ପଡା ଅଞ୍ଚଳରେ ଏବେ ଚାଷୀଙ୍କ ପାଇଁ ବୈରୀ ସାଜିଛନ୍ତି ବାରାହା । ରାତି ହେଲେ ଦଳ ଦଳ ବାରାହା ଏକର ଏକର ଜମିରେ ପଶି ବାଦାମ ଗଛ ସବୁ ମୂଳରୁ ଖାଇ ଦେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ରେ ଚାଷୀ ।
ରଗୁଡ଼ିଆ ପଡା ଅଞ୍ଚଳର ପ୍ରଧାନ ଅର୍ଥକାରୀ ଫସଲ ହେଉଛି ଚିନାବାଦାମ । ପ୍ରାୟ ୨୦୦ରୁ ଅଧିକ ଚାଷୀ ପ୍ରାୟ ୨୦ ବର୍ଷ ହେବ ଚିନାବାଦାମ ଚାଷ କରି ଆସୁଛନ୍ତି । ଏବେ କିନ୍ତୁ ଏହି ବନ୍ୟଜନ୍ତୁ ସେମାନଙ୍କ ଫସଲ ଉଜାଡ଼ି ଦେଉଛନ୍ତି । ତେବେ ଚାଷୀ ବାରାହା ଜଗିବା ବ୍ୟବସ୍ଥା କରିଥିବାବେଳେ ହାତୀ ଭୟରେ ଲୋକେ କ୍ଷେତକୁ ଆସୁନାହାନ୍ତି । ଏବେ ବାଦାମ ସବୁ କଷି ହୋଇଥିବା ବେଳେ ବାରାହା ଓ ହାତୀ ସେ ସବୁକୁ ନଷ୍ଟ କରି ଦେଉଛନ୍ତି ।