ଓଡିଶା

odisha

ETV Bharat / state

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨୮ ବାଇକ୍ ସହ ମାରଣାସ୍ତ୍ର ଜବତ - Bike

ଲୁଟେରା ଗ୍ୟାଙ୍ଗ ନିକଟରୁ ଚୋରି ହୋଇଥିବା ୨୮ଟି ବାଇକ୍ ସହ ମାରଣାସ୍ତ୍ର ଜବତ କଲା ଅନୁଗୋଳ ପୋଲିସ । ତେବେ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Mar 24, 2019, 10:15 PM IST

ଅନୁଗୋଳ: ଅନୁଗୋଳ ପୋଲିସର ବଡ ସଫଳତା । ଲୁଟେରା ଗ୍ୟାଙ୍ଗ ନିକଟରୁ ଚୋରିହୋଇଥିବା ୨୮ଟି ବାଇକ୍ ସହ ମାରଣାସ୍ତ୍ର ଜବତ। ତେବେ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପୋଲିସ ସୁତ୍ରାନୁସାରେ, ଏହି ଡକାୟତମାନେ ଜିଲ୍ଲା ଥାନା ଡେରେଜାଙ୍ଗ ଡ୍ୟାମ ନିକଟସ୍ଥ ଜଙ୍ଗଲିଆ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେମାନେ ଧରାପଡିବା ପରେ ପୋଲିସକୁ ପୁରା ଘଟଣା ଜଣାପଡିଛି । ତେବେ ଧରାପଡିଥିବା ୧୨ଜଣ ଡକାୟତଙ୍କ ମଧ୍ୟରୁ ୮ ଜଣ ଲୁଟେରା ଥିବାବେଳେ ଅନ୍ୟ ୪ ଜଣ ବାଇକ କିଣିଥିବା ବ୍ୟକ୍ତି ରହିଛନ୍ତି ।

ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗର ମୁଖ୍ୟ ଟିକନ ନାୟକ ଓ ତରୁ ନାୟକ । ଏଥିସହ ଅର୍ଜୁନ ବେହେରା, ଦୀପକ ନାୟକ, ଲକ୍ଷ୍ମୀଧର ନାୟକ, ସୁଶାନ୍ତ ନାୟକ, ରତ୍ନାକର ନାୟକ, କୃତିବାସ କୁମ୍ଭାର, ଫିରୋ ଓ ଚନ୍ଦ୍ରକାନ୍ତ ସେଠୀ (ଚନ୍ଦୁ) । ଏହି ଡକାୟତଙ୍କଠାରୁ ପୋଲିସ ୨୮ଟି ବାଇକ ସହ ଦୁଇଟି ଭୁଜାଲି, ଲୁହା ରଡ଼, ଛୁରୀସହ ବନ୍ଧୁକ ଜବତ କରିଛି ।

ତେବେ ଏହି ଲୁଟେରା ଗ୍ୟାଙ୍ଗ ଚୋରି କରିଥିବା ସବୁ ବାଇକଗୁଡିକ ଗୋଟିଏ କମ୍ପାନୀର ହୋଇଥିବାବେଳେ ବାଇକ ଗୁଡିକ ଅନୁଗୋଳ ସହର ସମେତ ଛେଣ୍ଡିପଦା, ତାଳଚେର, ଦେବଗଡ଼, ବୌଦ୍ଧ ଓ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି । ତେବେ ରବିବାର ଏନେଇ ଅନୁଗୋଳ ଏସଡ଼ିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details