ଅନୁଗୋଳ: ମଦମୃତ୍ୟୁ ଘଟଣା ଗାଁରେ ପହଞ୍ଚି ମୃତକ ପରିବାରକୁ ସହାୟତା ଯୋଗାଇଲେ ବିଧାୟକ ଓ ପ୍ରଶାସକ । ଅଧିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଲ ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେପଟେ ଏହି ଘଟଣା ଆଉ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ପୋଲିସ ମୋଟ 6 ଜଣଙ୍କୁ ଗିରଫ କରିଛି । ଏ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୁଣା କୋଟ ଥାନା ପଥରଗଡ଼ ଗାଁ ମଦ ମୃତ୍ୟୁ ଘଟଣାରେ ଚାରିଟି ମୁଣ୍ଡ ଗଡ଼ିବା ପରେ ଚାଲିଛି ତନାଘନା । ଏହି ଘଟଣାକୁ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଆଜି ଗାଁ ରେ ଚାରି ମୃତକଙ୍କ ପରିବାରକୁ ଭେଟି ଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଉପଜିଲ୍ଲାପାଳ ବାସୁଦେବ ଶତପଥୀ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା, ହରିଶ୍ଚନ୍ଦ୍ର ଯୋଜନାରୁ ପଞ୍ଚାୟତରୁ ଦୁଇ ହଜାର ଟଙ୍କା ସହ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରଦାନ କରିଛନ୍ତି। ଡାକ୍ତର ଖାନରେ ଚିକିତ୍ସିତ ଥିବା ସବୁ ଗୁରତରଙ୍କୁ ଭେଟି ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ବିଧାୟକ। ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ଆଇନ ଅନୁଯାୟୀ ଆହୁରି କିଭଳି ଅଧିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି ।