ଅନୁଗୋଳ: ଭାଙ୍ଗିଲା 30 ବର୍ଷର ପରମ୍ପରା ! ଏଥର ଆଲୁମିନିୟମ ନଗରୀରେ ପୂଜା ପାଇବେନି ବିଶ୍ବ ନିର୍ମାତା । କୋରୋନା କଟକଣା ପାଇଁ ଏଥର ପୂଜାକୁ ବନ୍ଦ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।
ସମଗ୍ର ଓଡ଼ିଶାର ଆଲୁମିନିୟମ ନଗରୀ ଭାବେ ପରିଚିତ ଅନୁଗୋଳ ଜିଲ୍ଲାର ନାଲକୋ ନଗର । ଯେଉଁ ନଗରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ଵକର୍ମା ପୂଜାର ବହୁ ସୁନାମ ରହିଛି । ଏଠାକାର ସାଜସଜା ମୂର୍ତ୍ତି ନିର୍ମାଣ ସବୁ ବେଶ ନିଖୁଣ ଓ ଆକର୍ଷଣୀୟ । ହେଲେ ଏଥର ଏସବୁ ଆଉ ଦେଖିବାକୁ ମିଳିବନି । ରାତି ପାହିଲେ ବିଶ୍ବନିର୍ମାତାଙ୍କ ଧରାବତରଣ । ଏଥିପାଇଁ ଉତ୍ସବ ମୁଖରିତ ହେବା କଥା ନାଲକୋ ନଗର। କିନ୍ତୁ ଏଥର ସବୁ ବନ୍ଦ ହୋଇଛି । କାରଣ କୋରୋନାର କଟକଣା ପାଇଁ ଭାଙ୍ଗିଛି 30 ବର୍ଷର ପରମ୍ପରା । ଏଥର କେବଳ କମ୍ପାନୀ ମଧ୍ୟରେ ବିଶ୍ଵକର୍ମାଙ୍କ ଫଟୋ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ବିଷାଦ ଭରିଯାଇଛି ।