ଅନୁଗୋଳ: ଦିନକୁ ଦିନ ଅନୁଗୋଳ ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି(ରବିବାର)ରାଜ୍ୟ ଆକ୍ରାନ୍ତ ତାଲିକାରେ ଦ୍ବିତୀୟରେ ରହିଛି ଅନୁଗୋଳ ଜିଲ୍ଲା। ଆଜି ଗୋଟିଏ ଦିନରେ 240 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତମାନଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬୨୬୭ ରେ ପହଞ୍ଚିଛି ।
ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଜିଲ୍ଲା ବହାର ଆକ୍ରାନ୍ତଙ୍କ ସଂଖ୍ୟା ୯୬ ରେ ପହଞ୍ଚିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଳକ ଅଞ୍ଚଳରୁ ୩୯ ଜଣ, ଅନୁଗୋଳ ବ୍ଳକ ଅଞ୍ଚଳରୁ ୩୮ ଜଣ, ତାଳଚେର ପୌରାଞ୍ଚଳରୁ ୩୦ ଜଣ , କଣିହାଁ ବ୍ଳକ ଅଞ୍ଚଳରୁ ୨୮ ଜଣ, ପାଳଲହଡା ବ୍ଳକ ଅଞ୍ଚଳରୁ ୨୫ ଜଣ , ଛେଣ୍ଡିପଦା ବ୍ଳକରୁ ୧୮ କଣ, ବଅଁରପାଳ ବ୍ଳକ ଅଞ୍ଚଳରୁ ୧୭ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୪ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୧୨ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।