ଓଡିଶା

odisha

By

Published : Oct 12, 2019, 9:51 PM IST

ETV Bharat / state

ଦିନକ ପରେ ଧନଦାତ୍ରୀଙ୍କ ଆବାହନ, ଉତ୍ସବମୁଖର ଅନୁଗୋଳ

ଧନଦାତ୍ରୀ ମା' ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତ ପୂଜା ମଣ୍ଡପ । କେଉଁଠି ଓଡିଶାର ସ୍ଥାପତ୍ୟ ଓ କଳାକୃତିକୁ ନେଇ କାରିଗର ମା'ଙ୍କ ପରିପାଟିକୁ ସଜାଇବାରେ ବ୍ୟସ୍ତ ଥିବାବେଳେ କେଉଁଠି ଶିଳ୍ପୀ ମା'ଙ୍କ ମୂର୍ତ୍ତିରେ ଦେଉଛି ଶେଷ ସ୍ପର୍ଶ ।

ଅନୁଗୋଳ

ଅନୁଗୋଳ: ସଜେଇ ହେଲାଣି ଅନୁଗୋଳ ସହର। ମା' ଅନୁଗୋଳ ସହରରେ ଗଜଲକ୍ଷ୍ମୀ ଭାବେ ପୂଜା ପାଆନ୍ତି । ଦିନକ ପରେ ପୂଜା ପାଇବେ ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଆସନ୍ତା ୧୩ ତାରିଖରୁ ମା' ଙ୍କ ପୂଜା ଆରମ୍ଭ ହୋଇ ଆସନ୍ତା ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରଶାସନିକ ସ୍ଥରରରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।

ଦିନକ ପରେ ଧନଦାତ୍ରୀଙ୍କ ଆବାହନ, ଉତ୍ସବମୁଖର ଅନୁଗୋଳ

ଏନେଇ କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛି ଗୁରୁତ୍ଵ । ପୂଜା ପ୍ରସ୍ତୁତିରେ ଲାଗିପଡିଛନ୍ତି ଶିଳ୍ପୀ ଓ କାରିଗର । ନିଜ ନିଜର ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ସତେଯେମିତି ଏମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ରାଜ୍ୟ ତଥା ରାଜ୍ୟ ବାହାରର ମୂର୍ତ୍ତି କାରିଗର ଏଥର ଅନୁଗୋଳରେ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଚଳିତଥର ଡେଲି ମାର୍କେଟ ପୂଜା କମିଟି ଲକ୍ଷ୍ମୀ ଠାକୁରାଣୀଙ୍କ ବିଭିନ୍ନ ରୂପକୁ ନେଇ ସାଜସଜ୍ଜା କରୁଛି । ସେହିପରି ସହରର ସବୁଠୁ ପୁରୁଣା ଲକ୍ଷ୍ମୀ ବଜାର ଏଥର ଆଲୋକ ସଜା ଉପରେ ଅଧିକ ଗୁରୁତ୍ଵ ଦେଉଛି ।

ଏଥର ସହର ମଧ୍ୟରେ ୫୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଉଛି । ଏଥିସହ ସହର ବାହାରେ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମହାଲକ୍ଷ୍ମୀ । ସହରର ଶଙ୍କର ସିନେମା ରୋଡ ପୂଜା କମିଟି ଏଥର ସ୍ଵପ୍ନ ପୁରୀରେ ଲକ୍ଷ୍ମୀଙ୍କୁ ଆରାଧନା କରିବାକୁ ପ୍ରସ୍ତୁତି କରିଛି । ସେହିପରି ଜୟଦୂର୍ଗା ମାର୍କେଟ ଅମଲାପଡା ପୂଜା କମିଟି ପୌରାଣିକ କଥା ବସ୍ତୁକୁ ନେଇ ଭିତରର ସାଜସଜ୍ଜା ଚିତ୍ରଣ କରୁଛି ।

ପୂଜା ପାଇଁ ସାରା ସହରରେ ଏବେ ସାରା ଛାଇ ଗଲାଣି ଆଲୋକର ତୋରଣ । ଦିନକ ପରେ ମା'ଙ୍କ ପୂଜା ଥିବାରୁ କେତେକ ପୂଜା ମଣ୍ଡପରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ଏଠାରେ ପୂଜା ଡେକୋରେଶନ ଓ ମୂର୍ତ୍ତି କାରିଗରୀକୁ ନେଇ ପ୍ରତିଯୋଗିତା ହେଉଥିବାରୁ କାରିଗର ମାନେ ମଧ୍ୟ ନିଜ ନିଜ ମୂର୍ତ୍ତି ଓ ସାଜସଜ୍ଜା ପ୍ରଥମ ହେବ ବୋଲି ଆଶା ରଖିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details