ଓଡିଶା

odisha

ETV Bharat / state

ଶେଷରେ ଅପରେସନ ସଫଳ, ଟ୍ରାଙ୍କୁଲାଇଜ ହେଲା ଦନ୍ତା

ଶେଷରେ ବନବିଭାଗ କାବୁ କଲା ଅମାନିଆ ନରହନ୍ତା ଦନ୍ତାକୁ । ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶେଷରେ ଟ୍ରାଙ୍କୁଲାଇଜ କରି ଧରିଛି ।

anugul-forest-department-trankulise-the-elephant
ଶେଷରେ ଅପରେସନ ସଫଳ, ଟ୍ରଙ୍କୁଳାଇଜିଙ୍ଗ ହେଲା ଦନ୍ତା

By

Published : Jan 21, 2020, 7:51 AM IST

ଅନୁଗୋଳ: ସଫଳ ହୋଇଛି ଅପରେସନ ଗଜରାଜ । ଶେଷରେ କାବୁରେ ଆସିଛି ଅମାନିଆ ଦନ୍ତା । ଚାରି ଦିନର ଅପରେସନ ପରେ ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା ।

ଶେଷରେ ଅପରେସନ ସଫଳ, ଟ୍ରଙ୍କୁଳାଇଜିଙ୍ଗ ହେଲା ଦନ୍ତା

ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶେଷରେ ଟ୍ରାଙ୍କୁଲାଇଜ କରି ଧରିଛି ବନ ବିଭାଗ । ଗତ ଚାରି ଦିନ ହେଲା ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଡିଏଫଓଙ୍କ ନେତୃତ୍ବରେ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା ଚଳାଇଥିଲା । ଗତ ତିନୋଟି ଡୋଜ ପରେ ମଧ୍ୟ ହାତୀ କାବୁରେ ଆସି ନଥିବାବେଳେ ଆସି ଶେଷରେ ବିଭାଗ କାବୁରେ ଆସିଛି । ହାତୀ ଦେହରେ ନିଶ୍ଚେତକ ବାଜିବା ପରେ ତାର ଚିକିତ୍ସା କରାଯାଇ ତାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି । ଟ୍ରକ ଯୋଗେ ହାତୀକୁ ଢେଙ୍କାନାଳ କପିଳାସ ଚିଡିଆଖାନା ନେଇଛି ।

ଟ୍ରାଙ୍କୁଲାଇଜ ଏକ୍ସପର୍ଟ କମଳ ଲୋଚନ ପୁରୋହିତ,ସରୋଜ ପଣ୍ଡା, ଅନୁଗୋଳ ବନଖଣ୍ଡ ଅଧିକାରୀ କାର୍ତ୍ତିକ.ଭି,ଏ.ସି.ଫ ବାସୁଦେବ ନାୟକ,ତାଳଚେର ଓ ଛେଣ୍ଡିପଦା ରେଞ୍ଜରଙ୍କ ସହ ବନବିଭାଗର ପ୍ରାୟ ୪୦ ଜଣ କର୍ମଚାରୀ ଅପରେସନରେ ସାମିଲ ଥିଲେ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details