ଓଡିଶା

odisha

ETV Bharat / state

ପୋଟଳ ବଗିଚାରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ - ଅନୁଗୋଳ ନ୍ୟୁଜ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଙ୍କୁରପାଳ ଗ୍ରାମରେ ଅବକାରୀ, ପୋଲିସ ଓ ବନବିଭାଗ ମିଳିତ ଚଢାଉ କରି ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ।

anugul-excise-department-ganja-field-destroy-in-chendipada
ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

By

Published : Dec 1, 2019, 1:27 AM IST

ଅନୁଗୋଳ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ହେଉଛି କିନ୍ତୁ ଧରା ପଡୁ ନାହାନ୍ତି କୌଣସି ଚାଷୀ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଙ୍କୁରପାଳ ଗାଁରେ ଅବକାରୀ, ପୋଲିସ ଓ ବନବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ବରେ ଅବକାରୀ ବିଭାଗ, ଛେଣ୍ଡିପଦା ପୋଲିସ ଓ ଛେଣ୍ଡିପଦା ବନ ବିଭାଗ ପକ୍ଷରୁ କଙ୍କୁରପାଳର ଗଞ୍ଜେଇ ଚାଷ ଉପରେ ଚଢାଉ କରାଯାଇଥିଲା। ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ପାଖାପାଖି ୧୫୦୦ଟି ଗଞ୍ଜେଇ ଗଛ କାଟି ସଫା କରିବା ସହିତ ଗଛଗୁଡିକୁ ପୋଡି ନଷ୍ଟ କରିଦିଆଯାଇଛି । ନଷ୍ଟ କରା ଯାଇଥିବା ଗଞ୍ଜେଇ ଗଛ ଲକ୍ଷାଧିକ ଟଙ୍କା ହେବ। ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରୀ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ବିଭାଗ ଏତେ ପରିମାଣରେ ଗଞ୍ଜେଇ ନଷ୍ଟ କରୁଥିଲେ ମଧ୍ୟ କୌଣସି ସ୍ଥାନରେ ଜଣେ ହେଲେ ଅପରାଧୀଙ୍କୁ ଧରିପାରୁ ନାହିଁ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details