ଅନୁଗୋଳ :ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନିଶାଦ୍ରବ୍ୟ କାରବାର । ଅନୁଗୋଳ ରାଣୀଗୋଡା ଷ୍ଟେସନ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ବୋତଲର ଠିପି, ଲେବୁଲ ଓ ଏକ୍ସସାଇଜ ଆଢେସିଭ ଲେବୁଲ ଜବତ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ମିଳିତ ହୋଇ ଚଢ଼ାଉ କରିଥିଲେ ।
ନକଲି ମଦ ଠିପି କାରବାରର ପର୍ଦ୍ଦାଫାସ : ଅଭିଯୁକ୍ତ ଚମ୍ପଟ, ଭଡା ଘରେ ହେଉଥିଲା ବ୍ୟବସାୟ ସୂଚନା ଅନୁସାରେ, ମିନା କୁମାରୀ ନାମକ ଜଣେ ମହିଳାଙ୍କ ଘରେ ଜୟ ପ୍ରକାଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ଭଡାଘର ନେଇ ଗତ ୫ ବର୍ଷ ହେଲା ରହୁଥିଲେ । ତେବେ ଏହି ଭଡା ଘରେ ରହି ସେ ଚଳାଇ ଥିଲେ ଡୁପ୍ଲିକେଟ ମଦ ଠିପି ବ୍ରାଣ୍ଡ ଲେବୁଲ ଓ ଷ୍ଟିକର କାରବାର । ଯାହାର କି କେହି ପତାଅତା ପାଇ ନଥିଲେ ।
ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲେ । ଏହି ଭଡା ଘରେ ଜୟ ପ୍ରକାଶ ତାଙ୍କ ପରିବାର ସହ ରହୁଥିଲେ । ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବ୍ୟବସାୟ କରୁଥିବା କହିଥିଲେ ଜୟ ପ୍ରକାଶ।
ଏହାବି ପଢନ୍ତୁ :ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ, 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ତେବେ ସେ ଏକ ଘରୋଇ ବସରେ କଲିକତାରୁ ଏହି ବିଦେଶୀ ମଦ ବୋତଲର ଠିପି , ଲେବୁଲ ଓ ଏକ୍ସସାଇଜ ଆଢେସିଭ ଲେବୁଲ ସାମଗ୍ରୀ ଆସୁଥିବା ବେଳେ ବାଲେଶ୍ୱରରେ ଧରା ପଡିଥିଲା । ସେଇ ବସକୁ ଫଲୋ କରିବା ପରେ ରାଣୀଗୁଡାରେ ଜୟା ପ୍ରକାଶ ରହୁଥିବା ଏହି ଭଡା ଚଢ଼ାଉ ହୋଇଥିଲା । ଚଢାଉବେଳେ ପ୍ରାୟ 50ରୁ ଅଧିକ ପ୍ୟାକେଟ ଠିପି , ବହୁ ପରିମାଣର ଲେବୁଲ ଓ ଏକ୍ସସାଇଜ ଆଢେସିଭ ଲେବୁଲ ଜବତ ହୋଇଥିଲା ।
ଏହି ନକଲି ଲେବୁଲରେ ବାରକୋଡ ମଧ୍ୟ ରହିଥିବା ବେଳେ ସରକାରୀ ସପ୍ଲାଇ ହେଉଥିବା ଏକ୍ସସାଇଜ ଆଢେସିଭ ଲେବୁଲ ଅବକାରୀ ବିଭାଗକୁ ଚକିତ କରିଥିଲା । ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଫେରାର ରହିଛି । ଘଟଣା ନେଇ ବିଭାଗ ପକ୍ଷରୁ ଅଧିକ ତନାଘନା ଜାରି ରହୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ