ଅନୁଗୋଳ: ଶିଳ୍ପସଂସ୍ଥାରେ କୋରୋନା ପଜିଟିଭ ଚିହ୍ନଟ ଦିନ ଠୁ ଜିଲ୍ଲା ପ୍ରଶାସନ ପଛରେ ପଡିଛି କଂଗ୍ରେସ । ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ସ୍ବରକୁ ଉଠାଇବାକୁ ଚେଷ୍ଟା କରିଛି ଅନୁଗୋଳ କଂଗ୍ରେସ । ଏହିକ୍ରମରେ ଆଜି ପୁଣି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧରଣା ଓ ପ୍ରତିବାଦ କରାଯାଇଛି ।
ଜିଲ୍ଲାରେ ଥିବା ନାଲକୋ, ଏମସିଏଲ, ଜିନ୍ଦଲ, ଏନଟିପିସି , ଟାଟା ବିଏସଏଲ ଆଦି କମ୍ପାନୀ ଗୁଡିକୁ ଅବରୋଧ ଅଞ୍ଚଳ କରାଯାଉ । କାରଣ ଏହି ସବୁ ସଂସ୍ଥା ମାନକରୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ପାଇଁ ଜିଲ୍ଲାରେ ସଂକ୍ରମଣ ବଢ଼ିପାରେ ।