ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଛନ୍ତି । ଫଳରେ ସଫେଇ କାମ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀଙ୍କ ଧାରଣା । କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଦେଖାଦେଇଛି ବିବାଦ । ଫଳରେ ସଫେଇ କର୍ମଚାରୀ ସଂଘ ଦେଇଛନ୍ତି ଧାରଣା । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଯେ ଗତ ୨୦୧୮ରେ ସରକାର କାୟା କଳ୍ପ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଯେଉଁ ଡାକ୍ତରଖାନା ସବୁଠାରୁ ବେଶୀ ସ୍ବଚ୍ଛ ହେବ ସେହି ଡାକ୍ତରଖାନାକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ପୁରସ୍କାର ରାଶିର ଏକ ଚତୁର୍ଥାଂଶ ସଫେଇ କର୍ମଚାରୀଙ୍କୁ ଦିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶୃତି ଦେଲେ । ତେଣୁ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସମସ୍ତ କର୍ମଚାରୀ ଦିନ ରାତି ଏକ କରି ବହୁ ପରିଶ୍ରମ କରି ଡାକ୍ତରଖାନାକୁ ସ୍ବଚ୍ଛ ରଖିଲେ । ଫଳରେ ଅନୁଗୁଳ ଡାକ୍ତରଖାନାକୁ ପୁରସ୍କାର ବାବଦ ରାଶି ମିଳିଲା । ହେଲେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କୁ ସେହି ଅର୍ଥ ଦେଉ ନାହାନ୍ତି ।