ଓଡିଶା

odisha

ETV Bharat / state

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ - ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ

ଅନୁଗୋଳ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସୂଚନା ଦେଲେ ଅନୁଗୋଳ CDMO । ଅଧିକ ପଢନ୍ତୁ...

ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ
ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ

By

Published : Dec 28, 2020, 5:31 PM IST

ଅନୁଗୋଳ : ବନ୍ଦ ହେବ ଅନୁଗୋଳ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲ । ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆଜି(ସୋମବାର) ଏହି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ଇଟିଭିକୁ ଆସନ୍ତା 31 ତାରିଖ ଠାରୁ ତାଳଚେରରେ ଥିବା କୋଭିଡ ହସ୍ପିଟାଲ ବନ୍ଦ ହେବ ବୋଲି ଚିଠି ହୋଇଥିବା କହିଛନ୍ତି । CDMOଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମେ ମାସ 10 ତାରିଖରୁ ଏହି ହସ୍ପିଟାଲ ଆରମ୍ଭ ହୋଇଥିଲା ।

ବନ୍ଦ ହେବ ଅନୁଗୋଳ କୋଭିଡ ହସ୍ପିଟାଲ

MCL ଓ ସମ ହସ୍ପିଟାଲର ମିଲତ ସହଯୋଗରେ ଏଠାରେ କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଉଛି । ଆଉ ମାତ୍ର ତିନି ଦିନ ପରେ ଏହି ହସ୍ପିଟାଲକୁ ବନ୍ଦ କରାଯିବ। ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ହସ୍ପିଟାଲ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆଜି ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ୧୯ ଶହରୁ ଅଧିକ କୋଭିଡ ଆକ୍ରାନ୍ତ ଚିକିତ୍ସିତ ହୋଇ ସାରିଛନ୍ତି । ତାଳଚେର ଠାରେ ଥିବା ନେହେରୁ ଶତାବ୍ଦୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇ ଆକ୍ରାନ୍ତଙ୍କୁ ସେଠାରେ ଚିକିତ୍ସା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details