ଓଡିଶା

odisha

Congress Protest: ଅନୁଗୋଳରେ କଂଗ୍ରେସର ବିକ୍ଷୋଭ, ଉଭୟ ସରକାରଙ୍କୁ କଲା କଡ଼ା ସମାଲୋଚନା

By

Published : Apr 20, 2023, 10:14 PM IST

ଅନୁଗୋଳରେ ଉଭୟ ସରକାରଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ । ଅଧିକ ପଢନ୍ତୁ

Etv Bharat
Etv Bharat

ଅନୁଗୋଳରେ କଂଗ୍ରେସର ବିକ୍ଷୋଭ

ଅନୁଗୋଳ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରହିତାଦେଶ ଆବେଦନକୁ ସୁରଟ ସେସନ କୋର୍ଟ ଖାରଜ କରିବା ପରେ ଏହାର ପ୍ରଭାବ ଜିଲ୍ଲାରେ ଦେଖିବାକୁ ମିଳିଛି । ଅନୁଗୋଳ ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 'ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ' ନାଁରେ ଆନ୍ଦୋଳନକୁ ଓହ୍ଲାଇଛି । ଏହି ଆନ୍ଦୋଳନରେ କଂଗ୍ରେସ ମୋଦି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି । ଏହାସହ ବେଦାନ୍ତ ଜମି ପ୍ରସଙ୍ଗ ଓ ଶ୍ରୀମନ୍ଦିର ଫାଇଲ ଚୋରି ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ।

ଜିଲ୍ଲା କଂଗ୍ରେସର ନେତା ମଣ୍ଡଳୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ, କେନ୍ଦ୍ର ସରକାରଙ୍କ ପକ୍ଷପାତିତା ରାଜନୀତିରେ କଥା କଥାକେ ସିବିଆଇ, ଇଡି, ଇନକମ ଟାକ୍ସର ଚଢାଉ କରି ହଇରାଣ କରିବା, ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ବାରମ୍ବାର ହଇରାଣ କରିବା, ଆଦାନୀକୁ ୨୦ହଜାର କୋଟି ଟଙ୍କା କଳାଧନ ଦେବା ଓ ସଂସଦରେ ପ୍ରଶ୍ନ ଉଠାଇବାରୁ ଚକ୍ରାନ୍ତ କରି ରାହୁଳ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିବା, ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ଏହା ବି ପଢନ୍ତୁ- Modi Surname Remark: ନିରାଶ ହେଲେ ରାହୁଲ, ସୁରଟ କୋର୍ଟରୁ ମିଳିଲାନି ଆଶ୍ବସ୍ତି

ଏହି ଆନ୍ଦୋଳନରେ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ରାଜ୍ୟ ସରକାରଙ୍କ ଜଗନ୍ନାଥ ମନ୍ଦିରର ଫାଇଲ ଚୋରି ହେବା ପ୍ରସଙ୍ଗ ଓ ଶାଗମାଛ ଦରରେ ହଜାର ହଜାର ଏକର ଜମିକୁ ବେଦାନ୍ତକୁ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଭର୍ତ୍ସିତ ହେବା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା କହିଛନ୍ତି, "ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଆନ୍ଦୋଳନ କରାଯାଇଛି । ମୋଦି ସରକାର ଯେଉଁଭଳି ଭାବରେ ଅଗଣାତନ୍ତ୍ରିକ ରାଜନୀତି କରୁଛନ୍ତି, ତାହାକୁ ଦେଶବାସୀ କ୍ଷମା କରିବେ ନାହିଁ । ଏହାକୁ ଆମେ ଦୃଢ ବିରୋଧ କରୁଛୁ ।"

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ, ଦିଗମ୍ବର ଗଡନାୟକ, ରାଜ୍ୟ ଓବିସି ସେଲ୍‌ ସମ୍ପାଦକ ଜିତେନ୍ଦ୍ର ସାହୁ, ରାଜ୍ୟ ଏସ୍‌ସି ସେଲ୍‌ର ଆବାହକ ଟିକନ ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତ ରଞ୍ଜନ ନାଏକ, ତପନ ପ୍ରଧାନ, ଆଇନ ସେଲ୍‌ ଅଧ୍ୟକ୍ଷ ଧର୍ମେନ୍ଦ୍ର ନାଥ ମିଶ୍ର, ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସୌମ୍ୟରଂଜନ ମିଶ୍ର, କୃଷକ ସେଲ ଅଧ୍ୟକ୍ଷ ଦାଶରଥି ସାହୁ, ଏସ୍‌ସି ସେଲ୍‌ ଅଧ୍ୟକ୍ଷ ନୀଳକଣ୍ଠ ନାଏକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ଯୁବ କଂଗ୍ରେସ ସଭାପତି ଲୁଲୁ ରଞ୍ଜନ ଥାପା ଭଳି ନେତାଏ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details