ଅନୁଗୋଳ: 3ୟ ପର୍ଯ୍ୟାୟ ଲକଡାଉନରେ ଗ୍ରୀନ ଜୋନ ପାଇଁ ସରକାର କିଛି କଟକଣାକୁ କୋହଳ କରିଛନ୍ତି । ସାମାଜିକ ଦୂରତା କୁ ପ୍ରାଥମିକତା ଦେଇ ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦେଶ ଥିଲା ବେଳେ କିଛି ବ୍ୟବସାୟୀ ଏହାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି ।
ଖୋଲିଲା ଅନୁଗୋଳ ସହର, ଜାରି ହେଲା କିଛି କଟକଣା - ଅନୁଗୋଳ କୋରୋନା ଖବର
3ୟ ପର୍ଯ୍ୟାୟ ଲକଡାଉନରେ ଗ୍ରୀନ ଜୋନ ପାଇଁ ସରକାର କିଛି କଟକଣାକୁ କୋହଳ କରିଛନ୍ତି । ସାମାଜିକ ଦୂରତା କୁ ପ୍ରାଥମିକତା ଦେଇ ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦେଶ ଥିଲା ବେଳେ କିଛି ବ୍ୟବସାୟୀ ଏହାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି ।

ଅନୁଗୋଳ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଆଜିଠାରୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସମସ୍ତ ଦୋକାନ ଖୋଲିଛି । ଫଳରେ ଲୋକରଣ୍ୟ ହୋଇ ପଡିଛି ଅନୁଗୋଳ। ପୋଲିସ ଏହାକୁ ନେଇ ଅଧିକ ସତର୍କ ହୋଇ ଯାଇଛି। ସହର ଓ ଗଳି କନ୍ଦି ବୁଲି ବୁଲି ପୋଲିସ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରୁଛି। ସକାଳ 7ଟା ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିର୍ଦେଶ ଦିଆ ଯାଉଛି। ବିଶେଷ କରି ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। କୌଣସି ଦୋକାନୀ ଏହାକୁ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ଦୋକାନ ସିଲ କରିବାକୁ ତାଗିଦ କରିଛି ପୋଲିସ । ଅପରାହ୍ନରେ ସମାଜିକ ଦୂରତା ରକ୍ଷା କରିବା ନିୟମ ପାଳନ କରୁ ନଥିବା ଅଭିଯୋଗରେ 3/4ଜଣ ଦୋକାନିକୁ ଉଠାଇ ନେଇଛି ପୋଲିସ ।
ତଥାପି କିଛି ଦୋକାନୀ ଓ ଲୋକ ସରକାରୀ କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ତେଣୁ ପୋଲିସ ଅଧିକ କଠୋର ହୋଇ ଯାଇଛି ।