ଓଡିଶା

odisha

ETV Bharat / state

ବର୍ଷେ ଧରି ଲୁଚକାଳୀ ଖେଳ ପରେ ଧରା ପଡିଲା ଅଭିଯୁକ୍ତ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ 2019 ନଭେମ୍ବର 25 ଗୁଳିକାଣ୍ଡ ଘଟଣାର ପର୍ଦାଫାସ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁନା ସାହୁକୁ ଗିରଫ କରିଛି ପୋଲିସ ।

firing
ଦୀର୍ଘ ଏକ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

By

Published : Aug 23, 2020, 12:02 PM IST

ଅନୁଗୋଳ: ଗଞ୍ଜେଇ ଚାଲାଣକୁ ନେଇ ଘଟିଥିବା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ 2019 ନଭେମ୍ବର 25 ଗୁଳିକାଣ୍ଡ ଘଟଣାର ପର୍ଦାଫାସ କରିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁନା ସାହୁକୁ ଗିରଫ କରିଛି ପୋଲିସ ।

ଦୀର୍ଘ ଏକ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ହଣ୍ଡପା ଥାନା ନାକିଚି ଅଞ୍ଚଳରେ ପାତ୍ରପଡା ଅଞ୍ଚଳର ଟୁକୁନା ଥିବାର ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ତାକୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଜିଲ୍ଲା ପୋଲିସ ମଖ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । ତେବେ ତା ନିକଟରୁ ଏକ ମାଉଜର ମଧ୍ୟ ଜବତ କରାଯାଇଛି । ଗଞ୍ଜେଇ ବ୍ୟବସାୟକୁ ନେଇ ନଭେମ୍ବର ମାସରେ ଏହି ଗୁଳିମାଡ ହୋଇଥିଲା ବୋଲି ଜଣାପଡିଛି । ଏହି ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ଗୁରୁତର ଭାବେ ଆହତ ହୋଇଥିଲେ ।

ଖବର ପାଇ ସେତେବେଳେ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ସେବେଠାରୁ ଆଜିଯାଏଁ ଗୁଳି କରିଥିବା ଯୁବକକୁ ପୋଲିସ ଧରି ପାରିନଥିଲା । ଶେଷରେ ରବିବାର ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details