ଅନୁଗୋଳ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ ଅଟକିବା ଘଟଣାକୁ ନେଇ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏହା ମୋଦିଙ୍କ କାରକେଡ ଅଟକାଇବା ନଥିଲା ବରଂ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ଥିଲା ବୋଲି ବିଜେପି ଅଭିଯୋଗ କରିଛି । ଯାହାକୁ ନେଇ ଅନୁଗୋଳରେ ବିଜେପି ପକ୍ଷରୁ ମୌନ ଧରଣା ଦିଆଯାଇଛି ।
ବିଜେପିର ଅଭିନବ ପ୍ରତିବାଦ: ହେ ବାପୁ କଂଗ୍ରେସକୁ ସଦବୁଦ୍ଧି ଦିଅ - ମୋଦିଙ୍କ କାରକେଡ ଅଟକିବା ଘଟଣାକୁ ଅନୁଗୋଳ ବିଜେପିର ବିରୋଧ
ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ ଅଟକିବା ଘଟଣାକୁ ନେଇ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଅନୁଗୋଳ ଜିଲ୍ଲା ବିଜେପି ଶିମିଳିପଡା ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଦଳ ପକ୍ଷରୁ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ
ହେ ବାପୁ କଂଗ୍ରେସକୁ ସଦବୁଦ୍ଧି ଦିଅ: ବିଜେପିର ପ୍ରତିବାଦ
ହେ ବାପୁ କଂଗ୍ରେସକୁ ସଦବୁଦ୍ଧି ଦିଅ: ବିଜେପିର ପ୍ରତିବାଦ
ସହରର ଶିମିଳିପଡା ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ‘‘ହେ ବାପୁ କଂଗ୍ରେସକୁ ସଦବୁଦ୍ଧି ଦିଅ’’ ବୋଲି ବିଜେପି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ନିବେଦନ କରାଯାଇଛି । ଏହି ମୌନ ଧାରଣାରେ ବିଜେପି ନେତା ରୁଦ୍ର ନାରାୟଣ ପାଣି, ଅଶୋକ ମହାନ୍ତି ଓ ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଦାନ ପ୍ରମୁଖ ସାମିଲ ହୋଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ